• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବଦମ୍ପତିଙ୍କ ଜୀବନ ଶିଖା । ସୁଖର ସଂସାର ଗଢ଼ିବା ଆଗରୁ କାଳ ସାଜି ଆସିଲା ମୃତ୍ୟୁ । ସବୁ କିଛି ଛାରଖାର ହୋଇଗଲା । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁରେ । ଗାଁର ନବବିବାହିତ ରବୀନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ଅନୁସୂୟା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ସବୁ ଠିକଠାକ ଥିବା ବେଳେ ଉଭୟ କାହିଁକି ଏମିତି କଠୋର ନିଷ୍ପତ୍ତି ନେଲେ ସେ ନେଇ କେହି ପାଟି ଫିଟାଉ ନାହାନ୍ତି ।

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରଦିନ ସକାଳେ ଉଭୟଙ୍କୁ ଗ୍ରାମବାସୀ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମାର୍ଚ୍ଚ ୨୫ ତାରିଖ ରାତିରେ ଅନୁସୂୟା ଆଖି ବୁଝିଥିବା ବେଳେ ତାର ପର ଦିନ ସକାଳେ ରବୀନ୍ଦ୍ର ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ବିଡମ୍ବନାର ବିଷୟ ଗୋଟିଏ ଜୁଇରେ ଜଳିଲା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମରଶରୀର ।ଏହି ଘଟଣା ଘଟିବାପରେ କଳପଡା ଗାଁ ସତେ ଯେମିତି ସ୍ତବ୍ଧ ହୋଇ ଯାଇଛି।

ମୃତ୍ୟୁ ରବୀନ୍ଦ୍ର ଭୁବନେଶ୍ୱରରେ ଏକ କମ୍ପାନୀରେ କାମ କରୁଥିଲେ । ତାଙ୍କ ବଡ଼ ଭାଇ ମଧ୍ୟ ରାଜ୍ୟ ବାହାରେ ରହି କୌଣସି ଏକ ସଂସ୍ଥାରେ କାର୍ଯ୍ୟ କରନ୍ତି । ଗାଁରେ ରବୀନ୍ଦ୍ରଙ୍କ ସ୍ତ୍ରୀ ଅନୁସୂୟା,ଭାଉଜ ସୁଚିମତି ଓ ବୃଦ୍ଧା ମା ମଲ୍ଲି ବେହେରା ରହନ୍ତି । ମୃତ ରବୀନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଅନୁସୂୟାଙ୍କ ମଧ୍ୟରେ ବେଶ ଉତ୍ତମ ସମ୍ପର୍କ ଥିବା ପଡୋଶୀ କହିଛନ୍ତି । ତେବେ ଅନୁସୂୟା ଓ ତାଙ୍କ ବଡ଼ ଯା ସୂଚୀମତିଙ୍କ ଭିତରେ କିଛି ମନାନ୍ତର ଅଥବା ବିବାଦ ଥିବା ହେତୁ ପରିସ୍ଥିତି ଅଣାୟତ ହୋଇଥିବା ଅନୁମାନ କରାଯାଉଛି ।

ଅନ୍ୟ ପକ୍ଷରେ ଅନୁସୂୟାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି।ଶାଶୂଘର ଲୋକଙ୍କ ଯୋଗୁ ଝିଅ ଆତ୍ମହତ୍ୟା କରିଥିବା ଏଥିରେ ଦର୍ଶାଯାଇଛି । ସଦର ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି । ତେବେ ନବଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଓ ଗୋଟିଏ ଜୁଇ ରେ ଜଳିଲା ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଶରୀର।ଏଭଳି ଘଟଣା ସମଗ୍ର ଅଞ୍ଚଳରେ ସ୍ତବ୍ଧ ହୋଇଯାଇଛି ।

କନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁଙ୍କ ରିପୋର୍ଟ