• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶୌଚାଳୟରେ ଜନ୍ମ ହେଲା ନବଜାତକ । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଅଭାବନୀୟ ଘଟଣା ଘଟିଛି । ବିଭାଗୀୟ ଡାକ୍ତର ଓ ଷ୍ଟାଫଙ୍କ ଅବହେଳା ଯୋଗୁଁ ଶୌଚ କରିବାକୁ ଯାଇ ଶୌଚାଳୟ ଭିତରେ କନ୍ୟା ସନ୍ତାନ କରିଛନ୍ତି ମହିଳା । ହେଲେ ଜନ୍ମ ପରେ ଲାଟ୍ରିନ୍‌ ପ୍ୟାନ୍‌ରେ ଫସି ରହିଥିଲାଲା ଶିଶୁକନ୍ୟାର ମୁଣ୍ଡ । ମା’ର ପାଟି ଶୁଣି ଉପସ୍ଥିତ ଲୋକମାନେ ଅତ୍ୟନ୍ତ ସତର୍କତାର ସହ ନବଜାତ ଶିଶକୁ ଲାଟ୍ରିନରୁ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ ଗତକାଲି ରାତି ୧୧ଟାରେ ଡୁଙ୍ଗୁରିପାଲି କକରାଝୁରୀ ଗାଁର ବିପିନ ମିର୍ଧା ନିଜ ସ୍ତ୍ରୀ ସନ୍ତୋଷିନୀ ମିର୍ଧାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା ।  ପରିବାର ଲୋକେ ତୁରନ୍ତ ତାଙ୍କୁ ବରଗଡ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଆଜି ସକାଳ ୭.୩୦ରେ ଶୌଚ କରିବାକୁ ଯାଇଥିବା ବେଳେ ସେଠାରେ ନବଜାତ ଶିଶୁକନ୍ୟା ଜନ୍ମ ଦେଇଥିଲେ ସନ୍ତୋଷିନୀ । ପିଲାଟି ଜନ୍ମହେବା ପରେ ତାର ମୁଣ୍ଡଟି ସମ୍ପୂର୍ଣ ଭାବରେ ଲାଟ୍ରିନ ପ୍ୟାନ୍‌ ଭିତରକୁ ପଶି ଯାଇଥିଲା ।

ତେବେ ଉପସ୍ଥିତ ଲୋକଙ୍କ ସତର୍କତା ଓ ବୁଦ୍ଧିମତା କାରଣରୁ ଠିକ ଭାବରେ ଶିଶୁକନ୍ୟାଟିକୁ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଶିଶୁକନ୍ୟାକୁ SNCU ରେ ରଖାଯାଇଛି । ପିଲାଟି ପ୍ରିମାଚ୍ୟୁର ହୋଇଥିଲେ ସୁଦ୍ଧା ମା’ ଓ ଶିଶୁ ଭଲ ଥିବା କହିଛନ୍ତି ଡାକ୍ତର । ଅନ୍ୟପଟେ ଡାକ୍ତର ଓ ନର୍ସଙ୍କ ଅବହେଳା ପାଇଁ ଏପରି ଘଟିଥିବା ଅନୁମାନ କରାଯାଉଛି ।

  • Reported by:
  • Deepak Sharma