Advertisment

ଲର୍ଣ୍ଣର ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ନିୟମ

ଡିଏଲ୍ ବା ଏଲ୍ଏଲ୍ ଆବେଦନ କରୁଥିବା ବ୍ୟକ୍ତିଙ୍କ ମେଡିକାଲ୍‌ ସାର୍ଟିଫିକେଟ ଇଲେକ୍ଟଟ୍ରୋନିକାଲି ପଞ୍ଜୀକୃତ ଡାକ୍ତର ଅପ୍‌ଲୋଡ୍‌ କରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
New Rules Who Apply For Learners And Driving License

New Rules Who Apply For Learners And Driving License

ଲର୍ଣ୍ଣର ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନ୍‌ଲାଇନ୍‌ରେ ମିଳିବ ଡାକ୍ତରୀ ସାର୍ଟିଫିକେଟ। ପରିବହନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ସାରଥୀ ପୋର୍ଟାଲ ମାଧ୍ୟମରେ ଏହି ସେବା ମିଳିବ। ପୋର୍ଟାଲରେ ପଞ୍ଜୀକୃତ ଡାକ୍ତର ଏହି ମେଡିକାଲ୍‌ ସାର୍ଟିଫିକେଟ ଦେବେ।

Advertisment

MBBS ବା ତା’ଠାରୁ ଅଧିକ ଯୋଗ୍ୟତାଧାରୀ ଡାକ୍ତର ପୋର୍ଟାଲରେ ନିଜକୁ ମାଗଣାରେ ପଞ୍ଜୀକରଣ କରାଇପାରିବେ।  ଏହି ପଞ୍ଜୀକୃତ ଡାକ୍ତରମାନେ ହିଁ ଦେବେ ଅନ୍‌ଲାଇନ୍‌ ସାର୍ଟିଫିକେଟ।  ଡିଏଲ୍ ବା ଏଲ୍ଏଲ୍ ଆବେଦନ କରୁଥିବା ବ୍ୟକ୍ତିଙ୍କ ମେଡିକାଲ୍‌ ସାର୍ଟିଫିକେଟ ଇଲେକ୍ଟଟ୍ରୋନିକାଲି ପଞ୍ଜୀକୃତ ଡାକ୍ତର ଅପ୍‌ଲୋଡ୍‌ କରିବେ।

ଏହାଦ୍ୱାରା ଆଉ କେହି ନକଲି ଡାକ୍ତରୀ ପ୍ରମାଣପତ୍ର ଅପ୍‌ଲୋଡ୍‌ କରିପାରିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଅଫିସରେ ଭିଡ଼ କମାଇବା ସହିତ ପୁରା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଏଠାରେ ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ମେଡିକାଲ ସାର୍ଟିଫିକେଟ୍‌ ପାଇପାରିବେ।   

Advertisment
Online Driving License Driving License
Advertisment
Advertisment