/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651739324.jpg)
Special Story
ଏମିତି ଏକ ବସଷ୍ଟାଣ୍ଡ । ଯେଉଁଠିକୁ ଯାଏନି ଗୋଟିଏ ବି ବସ, ଠିଆ ହୋଇଛି ଦୁଇ ତିନୋଟି ଟ୍ରକ। ଖାଁ ଖାଁ ବସଷ୍ଟାଣ୍ଡରେ ପଡିଛି ମାଳ ମାଳ ମଦ ବୋତଲ । ଦୋକାନଗୁଡିକର ସର୍ଟର ପଡିଥିବା ବେଳେ କୋଠା ଉପରେ ଗଛ ମାଡିଗଲାଣି । ଜଗତସିଂହପୁର ଜିଲ୍ଲା ନୂଆ ବସଷ୍ଟାଣ୍ଡର ଅବସ୍ଥା ଏବେ ଏପରି । ସଦର ମହକୁମା ଠାରୁ ୩ କିଲୋମିଟର ଦୂର ଯୋଗଧାରୀଠାରେ ତିଆରି ହୋଇଥିବା ଏହି ବସଷ୍ଟାଣ୍ଡକୁ ଗୋଟିଏ ବି ବସ ଯାଉ ନାହିଁ।
୨୦୦୩ ମାର୍ଚ୍ଚରେ ନୂତନ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ବାଦ ବିବାଦ ପରେ ନିର୍ମାଣ କାମ ଆରମ୍ଭ ହୋଇଥିଲା । ୨୦୧୨ରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବସ୍ଷ୍ଟାଣ୍ଡକୁ ଲୋକାର୍ପିତ କରିଥିଲେ । ୧୦ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ବସ୍ଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ଏହି ନୂଆ ବସ୍ଷ୍ଟାଣ୍ଡଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟି ଯାଇଛି ।
ପ୍ରଶାସନର ନୀରବତା ଓ ଦୂରଦୃଷ୍ଟି ଅଭାବରୁ ନୂଆ ବସଷ୍ଟାଣ୍ଡ ଅବସ୍ଥା ଏଭଳି ହୋଇଥିବା ବେଳେ ତୁରନ୍ତ ବସ୍ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି । ତେବେ ଏ ନେଇ ଜିଲ୍ଳା ପ୍ରଶାସନ କି ଜଗତସିଂହପୁର ପୈାର ପରିଷଦ ଅଧିକାରୀ ମୁହଁ ଖୋଲୁ ନାହାଁନ୍ତି ।
ଶଶାଙ୍କ ଶେଖର ପଣ୍ଡା, ଜଗତସିଂହପୁର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)