• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ତାଙ୍କ ଭଉଣୀ ବଡ଼ ଗୁରୁତର ଅଭିଯୋଗ ଆଣିଛନ୍ତି । ଟଙ୍କା ଲୋଭରେ ଭାଇ ମା’କୁ ଛାଡ଼ି ଦେଇଥିବା କଥା କହିଛନ୍ତି ତାଙ୍କ ବଡ ଭଉଣୀ । ଆମେରିକାରେ ରହୁଥିବା ସୁମନ ନବଜୋତ ସିଦ୍ଧୁଙ୍କୁ ଜଣେ 'ନିଷ୍ଠୁର ବ୍ୟକ୍ତି' ବୋଲି ମଧ୍ୟ କହିଛନ୍ତି । ୧୯୮୬ରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ବୁଢ଼ୀ ମାକୁ ଛାଡି ଦେଇଥିଲେ ଏବଂ ପରେ ସେ ୧୯୮୯ରେ ଦିଲ୍ଲୀ ରେଳ ଷ୍ଟେସନରେ ବେସାହାରା ମହିଳା ପରି ଜୀବନ ହାରିଥିଲେ ।

‘ମୋ ପାଖରେ ପ୍ରମାଣ ଅଛି ’

ସୁମନ୍ ତୁର ଏବେ ଚଣ୍ଡୀଗଡ଼ରେ ଅଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ସେ ଭାଇ ବିରୋଧରେ ଅଭିଯୋଗର ଫର୍ଦ୍ଦ ଖୋଲିଛନ୍ତି । ୧୯୮୬ ମସିହାରେ ବାପାଙ୍କ ମୃତ୍ୟୁ ନବଜୋତ ସିଦ୍ଧୁ ତାଙ୍କୁ ଏବଂ ତାଙ୍କ ମାଙ୍କୁ ଘରୁ ବାହାର କରିଦେଇଥିଲେ ସିଦ୍ଧୁ । ୧୯୮୯ରେ ଏକ ରେଳ ଷ୍ଟେସନରେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିବା ତୁର ଦାବି କରିଛନ୍ତି। ବହୁତ କଷ୍ଟର ଦିନ ଦେଖିଥିବା କହିଛନ୍ତି ସିଦ୍ଧୁଙ୍କ ବଡ଼ ଭଉଣୀ । ମା ଚାରି ମାସ ହସ୍ପିଟାଲରେ ପଡ଼ିଥିଲେ, ହେଲେ କେହି ପଚାରିବାକୁ ଆସିଲେନି । ତେବେ ସେ ଦାବି କରୁଥିବା କଥାର ଡକ୍ୟୁମେଣ୍ଟାରୀ ପ୍ରମାଣ ଅଛି ବୋଲି ମଧ୍ୟ ସେ କହିଛନ୍ତି ।"

ସିଦ୍ଧୁ ଜଣେ ମିଥ୍ୟାବାଦୀ: ସୁମନ ତୁର

ସମ୍ପତ୍ତି ଓ ଟଙ୍କା ପାଇଁ ସିଦ୍ଧୁ ସମ୍ପର୍କ ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ସୁମନ୍ । ବାପା ତାଙ୍କ ପେନସନ୍ ବ୍ୟତୀତ ଏକ ଘର , ଜମି ସମେତ ସମ୍ପତ୍ତି ଛାଡିଥିଲେ । ହେଲେ "ନବଜୋତ ସିଂ ସିଦ୍ଧୁ ମା’କୁ ଟଙ୍କା ପାଇଁ ଛାଡିଦେଇଥିଲେ। ସିଦ୍ଧୁଙ୍କୁ ଜଣେ ନିର୍ଦ୍ଦୟ ବ୍ୟକ୍ତି ବୋଲି ସୁମନ ତୁର ଦାବି କରିଛନ୍ତି । ୧୯୮୭ରେ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ସିଦ୍ଧୁ ତାଙ୍କ ବାପାମା’ଙ୍କ ବିବାହ ବିଚ୍ଛେଦ ସମ୍ପର୍କରେ ମିଛ କହିଛନ୍ତି । ନବଜୋତ ସିଂ ସିଦ୍ଧୁ ଆମ ବାପାମା’ଙ୍କ ବିଷୟରେ ଯାହା କହୁଛନ୍ତି ତାହା ମିଥ୍ୟା ଅଟେ ।

ପଞ୍ଜାବ ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ୫୮ ବର୍ଷୀୟ ନବଜୋତ ସିଦ୍ଧୁ ପ୍ରଚାର କରୁଥିବା ସମୟରେ ଏପରି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ତାଙ୍କ ବଡ଼ ଭଉଣୀ । ଫେବୃଆରୀ ୨୦ରେ ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନ ପାଇଁ ମତଦାନ ହେବ ।