Advertisment

ସମୁଦ୍ରରେ ଭାସି ଆସି କୂଳରେ ଲାଗିଲା, ଭୟଭୀତ ଲୋକେ...

ଅସ୍ତରଙ୍ଗ ଉପକୂଳରୁ ଏକ ଭାସମାନ ଦିଗ ନିର୍ଣ୍ଣୟ ଯନ୍ତ୍ର ମିଳିଛି। ଅସ୍ତରଙ୍ଗ ଉପକୂଳ ଅଣକଣ ତଣ୍ଡାରେ ଏହା ଲାଗିଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Navigation equipment for boats & ships washes ashore at sea beach

Navigation equipment for boats & ships washes ashore at sea beach

ସାଧାରଣତଃ ସମୁଦ୍ରରେ ଅନେକ ଜିନିଷ ଭାସି ଆସିଥାଏ। ଏଭଳି ଅନେକ ଘଟଣା ନଜର ଆସିଛି। ଅସ୍ତରଙ୍ଗ ଉପକୂଳରେ ଏଭଳି ଏକ ଘଟଣା ଦେଖିବକୁ ମିଳିଛି। ଅସ୍ତରଙ୍ଗ ଉପକୂଳରୁ ଏକ ଭାସମାନ ଦିଗ ନିର୍ଣ୍ଣୟ ଯନ୍ତ୍ର ମିଳିଛି। ଅସ୍ତରଙ୍ଗ ଉପକୂଳ ଅଣକଣ ତଣ୍ଡାରେ ଏହା ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ କେବେ ଏଭଳି ବିଶାଳ ଭାସମାନ ଯନ୍ତ୍ର ଦେଖିନଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। 

Advertisment

ସମୁଦ୍ର ମଧ୍ୟରେ ପାଣି ଜାହାଜ ହେଉ ବା ମତ୍ସ୍ୟଜୀବୀମାନଙ୍କୁ ଦିଗ ର୍ନିଣ୍ଣୟରେ ସହାୟକ ପାଇଁ ଦିଗ ନିର୍ଣ୍ଣୟ ଯନ୍ତ୍ର ଲଗାଯାଇଥାଏ। ବିଶେଷକରି ବିଭିନ୍ନ ପୋର୍ଟର ପ୍ରବେଶ ପଥରେ ଓ ପାଣି ଭିତରେ ବିଭିନ୍ନ ନିଷିଦ୍ଧାଞ୍ଚଳକୁ ଚିହ୍ନଟ, ଜାହାଜକୁ ଦିଗ ର୍ନିଣ୍ଣୟ କରିବା ପାଇଁ ଏହି ବିଶାଳ ଡ୍ରମକୁ ସମୁଦ୍ର ମଧ୍ୟରେ ଭାସମାନ ଅବସ୍ଥାରେ ରଖାଯାଇଥାଏ। ଏଥିରେ ସୋଲାର ବ୍ୟାଟେରୀ ଦ୍ୱାରା ଲାଇଟ ମାଧ୍ୟମରେ ସିଗ୍ନାଲ ଦିଆଯାଇଥାଏ।

କୌଣସି କାରଣରୁ ଏହି ଭାସମାନ ଦିଗ ନିର୍ଣ୍ଣୟ ଯନ୍ତ୍ର ଛିଣ୍ଡି ଭାସି ଆସିଥିବା ସନ୍ଦେହ କରାଯାଉଛି।

Advertisment
Sea Beach Navigation Equipment
Advertisment
Advertisment