Advertisment

ଜଣାପଡ଼ିଲା ନନ୍ଦ ହାତୀର ମୃତ୍ୟୁର କାରଣ

ଅଧିକ ଟେଷ୍ଟ ପାଇଁ ସାମ୍ପଲ ଲାବରୋଟୋରୀକୁ ପଠାଯାଇଥିବା କହିଛନ୍ତି ଡାକ୍ତର ପଣ୍ଡା ।

author-image
Satyendu Shekher Mishra
Elephant Nanda

Elephant Nanda

ଚାଲିଗଲା ନନ୍ଦ ହାତୀ । ଚନ୍ଦକା ଅଭୟାରଣ୍ୟରେ ଆଜି ନନ୍ଦ ହାତୀର ମୃତ୍ୟୁ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲା । ଓୟୁଏଟି ବିଶେଷଜ୍ଞ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଚିକିତ୍ସକ ଟିମ୍ ତାର ଚିକିତ୍ସା ଜାରି ରଖିଥିଲେ । ୪୮ ଘଣ୍ଟାର ପରିଶ୍ରମ ପରେ ବି ଆଜି ସବୁ ଦିନ ପାଇଁ ଆଖି ବୁଜିଛି ଏହି କୁମ୍‌କୀ ହାତୀ

Advertisment

ଚନ୍ଦକା କୁମକୀ ହାତୀ ନନ୍ଦର ମୃତ୍ୟୁ ସେପ୍ଟିସେମିଆ ଜନିତ ହୋଇଛି କହିଲେ OUAT ଭେଟେନାରୀ କଲେଜ ଡିନ୍ ତଥା ସର୍ଜରୀ ବିଭାଗ ମୁଖ୍ୟ ସୁସେନ ପଣ୍ଡା । ନନ୍ଦର ଶରୀରରେ ବ୍ୟାକ୍ଟେରିଆଲ୍ ଇନ୍‌ଫେକ୍ସନ ମଧ୍ୟ ହୋଇଥିବା ସେ କହିଛନ୍ତି । ଅଧିକ ଟେଷ୍ଟ ପାଇଁ ସାମ୍ପଲ ଲାବରୋଟୋରୀକୁ ପଠାଯାଇଥିବା କହିଛନ୍ତି ଡାକ୍ତର ପଣ୍ଡା ।

ତାଲିମ୍‌ପ୍ରାପ୍ତ କୁମକୀ ହାତୀ ଭାବେ ନନ୍ଦ ବେଶ୍ ପରିଚିତ ଥିଲା । ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀକୁ ଘଉଡ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲା ନନ୍ଦ । ନନ୍ଦନକାନନରେ ଥିବା ବାସନ୍ତୀ ହାତୀ ପାଖରୁ ସେ ଜନ୍ମ ନେଇଥଲା । ତେବେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡ଼ି ମାରିବା ପରେ ଚର୍ଚ୍ଚାକୁ ଆସିଥିଲା ନନ୍ଦ । ସେହି ଦିନଠୁ ତା ଗୋଡ଼ରେ ଶିକୁଳି ପକାଯାଇ ରଖାଯାଇଥିଲା । ପରେ ନନ୍ଦର ମାନସିକ ଅବସ୍ଥା ଯାଞ୍ଚ କରାଯାଇ ୨୦୧୦ରେ ତାକୁ ବେଡ଼ି ମୁକ୍ତ କରାଯାଇଥିଲା ।

Advertisment
Elephant Nanda
Advertisment
Advertisment