/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660357377.jpg)
Special story
ମୋବାଇଲ ପାଇଁ ଚାଲିଗଲା ଜୀବନ । ଗେମ୍ ଖେଳିବାକୁ ମନା କରିବା ପରେ ନାବାଳକର ଆତ୍ମହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି । ମୋବାଇଲ ପାଇଁ ଘର ଲୋକଙ୍କ ତାଗିଦ୍ ପରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ମୃତ ଛାତ୍ରଙ୍କ ନାଁ ସୁମିତ ମିର୍ଦ୍ଧା, ବୟସ ୧୪ ବର୍ଷ । ଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି ଗାଁରେ । ସୁମିତ ରାଇଘରରେ ଥିବା ବାପା ବିଶ୍ୱଜିତଙ୍କ ମୋବାଇଲ ଦୋକାନରୁ ତାଙ୍କ ଅଜାଣତରେ ଏକ ମୋବାଇଲ ଆଣିଥିଲା ଏବଂ ମୋବାଇଲରେ ଭିଡିଓ ଗେମ୍ ଖେଳୁଥିଲା । ଏହା ଦେଖି ସୁମିତଙ୍କ ମା ମୋବାଇଲ କେଉଁଠୁ ଆଣିଲୁ ବୋଲି ପଚାରିବା ସହ କଡ଼ା ତାଗିଦ କରିଥିଲେ l ଏହାପରେ ସୁମିତ ଗାଧୁଆ ଘରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲା ।
ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା : ମୋବାଇଲ ପାଇଁ ତାଗିଦ୍ କରିବାରୁ #ନାବାଳକର ଆତ୍ମହତ୍ୟା ଅଭିଯୋଗ#Odishapic.twitter.com/EJb2jwiJt1
— ଓଟିଭି (@otvkhabar) August 13, 2022
ଘର ଲୋକେ ତୁରନ୍ତ ଉଦ୍ଧାର କରି ରାଇଘର ଚିକିତ୍ସାଳୟକୁ ନେଉଥିଲେ, କିନ୍ତୁ ମେଡିକାଲ ପହଞ୍ଚିବା ପରେ ସୁମିତକୁ ମୃତ ଘୋଷଣା କରିଥିଲେ ଡାକ୍ତର । ରାଇଘର ପୋଲିସ ବ୍ୟବଚ୍ଛେଦ କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ରାଇଘର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ତେବେ ଏନେଇ ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)