• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସଂପାଦକଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା-EOW ଗିରଫ କରିଥିବା ସୂଚନା । ତେବେ ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇନାହିଁ । ଘରୋଇ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ EOW କାଲି ରାତିରୁ ଉଠାଇ ଆଣିଥିବା ସୂଚନା ମିଳିଛି । EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ଦିଲ୍ଲୀର ଜଣେ ବ୍ୟବସାୟୀ ଇଓଡବ୍ଲ୍ୟୁ ପାଖରେ ଏହି ଅଭିଯୋଗ କରିଛନ୍ତି ।

ସେପଟେ ଇଓଡବଲ୍ଯୁ ଅଫିସର ତାଙ୍କୁ ସାଙ୍ଗରେ ନେବା ପୂର୍ବରୁ ନିଜର ପ୍ରତିକ୍ରିୟା ରଖିଛନ୍ତି ଅର୍ଦ୍ଧେନ୍ଦୁ । ମୋତେ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଛି । ପୁରୀ ମାମଲାକୁ କେନ୍ଦ୍ର କରି ମୋ ଉପରେ ଆକ୍ରୋଶ ରଖାଯାଇଛି, ଯେତେ ଚାପ ପ୍ରୟୋଗ କଲେ ମଧ୍ୟ ମୁଁ ନଇଁବି ନାହିଁ । ସେ ଚ୍ୟାନେଲ କାମରେ ଜୟପୁର ଯାଇଥିଲେ । ସେଠାରୁ ଫେରି ବନ୍ଧୁଙ୍କ ଘରେ ବିଶ୍ରାମ ନେଉଥିଲେ । ଏତିକିବେଳେ ଇଓଡବବ୍ଲ୍ୟୁ ଅଫିସରମାନେ ଆସି ତାଙ୍କୁ ସାଙ୍ଗରେ ଯିବା ଲାଗି କହିଥିଲେ । ଏଣୁ ସେ ଇଓଡବ୍ଲ୍ୟୁ ଅଧିକାରୀଙ୍କ ସହ EOW ଅଫିସ ଯାଉଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି ଯେ, ତାଙ୍କ ନାଁରେ ୟେଉଁ ଅଭିଯୋଗ ଆସିଛି, ତାହା ସିଭିଲ୍ ନେଚରର ତଥା ଦୁଇ ଜଣକ ଭିତରେ ଏକ ବ୍ୟାବସାୟିକ ବୁଝାମଣା । ଏ ସଂପର୍କରେ ସଂପୃକ୍ତ ବ୍ୟବସାୟୀ ସହ ଚୂଡ଼ାନ୍ତ କଥାବାର୍ତ୍ତା ସରିଛି । ବକେୟା ଟଙ୍କା ଦେବା ଲାଗି ଚେକ୍ ବି ପ୍ରସ୍ତୁତ ହୋଇଯାଇଛି । ଏ ସଂପର୍କରେ EOWମଧ୍ୟ ଜାଣିଛି । ତା ଛଡ଼ା ସେ ୧ ତାରିଖ ପରେ ଇଓଡବ୍ଲ୍ୟୁ ପାଖରେ ଉପସ୍ଥିତ ହେବେ ବୋଲି ମଧ୍ୟ କହିଥିଲେ । ତା ସତ୍ତ୍ୱେ ତାଙ୍କୁ ସାଙ୍ଗରେ ନିଆଯାଉଛି ବୋଲି ଅର୍ଦ୍ଧେନ୍ଦୁ କହିଥିଲେ ।

ସେପଟେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଇଓଡବ୍ଲ୍ୟୁର କାର୍ଯ୍ୟାନୁଷ୍ଠାନ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର । କୋଟିଏରୁ ଅଧିକ ଟଙ୍କାର ଠକେଇ ହେଲେ ଅର୍ଥନୈତିକ ଅପରାଧ ଶାଖା ହସ୍ତକ୍ଷେପ କରିବା କଥା । ତା ଛଡ଼ା ଏଇଟା ସଂପୂର୍ଣ୍ଣ ବ୍ୟକ୍ତିଗତ ମାମଲା । ଦୁଇ ଜଣଙ୍କ ମଧ୍ୟରେ କମର୍ସିଆଲ ଟ୍ରାଞ୍ଜାକସନ । ଏଥିରେ ଅର୍ଥନୈତିକ ଅପରାଧ ଶାଖା ପଶିବା ଉଚିତ ନଥିଲା । ସଂପୃକ୍ତ ସଂସ୍ଥା ସାଧାରଣ ଭାବେ ପୋଲିସରେ ଅଭିଯୋଗ କରିପାରିଥାନ୍ତେ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏଥିରେ ଅପରାଧ ଦିଗ କିଛି ଆସୁନି ।

ଏଣୁ ସଂପୃକ୍ତ ସଂସ୍ଥା ନିଜର ପାଉଣାଟା ଆଦାୟ କରିବା ଲାଗି ସିଭିଲ୍ କୋର୍ଟକୁ ଯିବା କଥା । ତା ଛଡ଼ା ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଯେଉଁ ଦଫା ସବୁ ଲାଗିଛି, ତାହା ଯୁକ୍ତିଯୁକ୍ତ ନୁହଁ । ହଡ଼ପ କିମ୍ବା ଠକାମି ପାଇଁ ୪୦୬ କିମ୍ବା ୪୨୦ ଦଫା ଲାଗିବା କଥା, ହେଲେ ଏତେ ଗୁଡ଼େ ଦଫା ଲାଗିବା ଯୁକ୍ତିଯୁକ୍ତ ନୁହଁ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି ।