Advertisment

ଝିଅର ଆଇଡି କାର୍ଡ ଚୋରି କଲେ; ଯୁବକଙ୍କ ସହ ରୋମାନ୍ସ କଲେ

ନିଜ ଝିଅ ସହ ଧୋକା ଦେଲେ ମା’। ଝିଅର ପରିଚୟ ପତ୍ର ଚୋରି କରି କଲେଜରେ ନେଲେ ଆଡ୍‌ମିଶନ୍ ଆଉ ନୂଆ ନୂଆ ଯୁବକଙ୍କ ସହ କରିଲେ ରୋମାନ୍ସ। ଶେଷରେ ଧରାପଡି ଏମିତି ପାଇଲେ ଦଣ୍ଡ।

author-image
Pramod Behera
Mother stole daughter’s ID card and romance with young

Mother stole daughter’s ID card and romance with young

ମା’ ଚୋରିକରି ନେଇଗଲା ଝିଅର ଆଇଡି କାର୍ଡ। ଏମିତି କରିବା ପଛରେ ରହିଛି ଏହି କାରଣ ଯେ ସେ କଲେଜରେ ନାମ ଲେଖେଇ ପାରିବେ। ଏବେ ଆପଣ ନିଶ୍ଚିତ ଭାବିବେ ଯେ ଏଥିରେ ଭୁଲ୍‌ ବା କ’ଣ ରହିଲା? କଥା ହେଉଛି କି ଏହି ମହିଳା ଜଣଙ୍କ ଏହି ଆଇଡି କାର୍ଡ ଉପରେ ନା କେବଳ ଲକ୍ଷାଧିକ ଟଙ୍କାର ଷ୍ଟୁଡେଣ୍ଟ୍ ଲୋନ୍‌ କରିଛନ୍ତି ବରଂ କଲେଜର ଅନେକ ଯୁବକଙ୍କ ସହିତ ରୋମାନ୍ସ ମଧ୍ୟ କରିଛନ୍ତି।

Advertisment

ଏହି ଅଦ୍ଭୁତ ଖବରଟି ଆମେରିକାରୁ ଆସିଛି। ଏଠାରେ ଜଣେ ମହିଳା ନିଜ ଝିଅର ପରିଚୟ ପତ୍ର ଚୋରି କରି ଏଭଳି କାଣ୍ଡ କରିଛନ୍ତି। ଏହି ମହିଳାଙ୍କ ବୟସ ୪୮ ହୋଇଥିବା ବେଳେ ତାଙ୍କ ନାମ ଲାରା ଓଗ୍‌ଲେସ୍ୱେ ବୋଲି ଜଣାପଡିଛି। ଏହି ମହିଳା ଯୋଜନାବଦ୍ଧ ଭାବରେ ଏହି କାର୍ଯ୍ୟ କରିଛନ୍ତି। ଏଥିପାଇଁ ସେ ତାଙ୍କର ଘନିଷ୍ଠ ଲୋକଙ୍କୁ ମଧ୍ୟ ଚକ୍‌ମା ଦେଇଛନ୍ତି। କିନ୍ତୁ ଏହି ମହିଳାଙ୍କ ଚତୁରତା ଅଧିକ ଦିନ ପାଇଁ କାମ ଦେଇ ନଥିଲା। ଯେତେବେଳେ ତାଙ୍କ ଚୋରି ଧରାପଡିଲା, ସେତେବେଳେ ତାଙ୍କୁ ୨୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଲା, ଏହା ସହିତ ଜେଲ୍‌ ଦଣ୍ଡ ମଧ୍ୟ ଭୋଗିବାକୁ ହେଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାରା ନାମକ ଏହି ମହିଳା ତାଙ୍କ ଝିଅର ପରିଚୟ ପତ୍ର ଚୋରି କରି ସାଉଥ୍ ୱେଷ୍ଟ୍ ବେପିଷ୍ଟ୍‌ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇଥିଲେ। ଏଥିପାଇଁ ମହିଳା ଜଣକ ଝିଅର ସାମାଜିକ ସୁରକ୍ଷା କାର୍ଡ ମଧ୍ୟ ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ, ଏହି ବିଚକ୍ଷଣ ମହିଳା ନିଜ ଝିଅ ନାମରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ କରିଥିଲେ। ଖବର ଅନୁଯାୟୀ, ଲାରା ଓଗ୍‌ଲେସ୍ୱେ କଲେଜରେ ଆଡ୍‌ମିଶନ୍‌ କରିବା ପରେ ୨୦ ବର୍ଷର ଯୁବକମାନଙ୍କୁ ଜଣଙ୍କ ପରେ ଜଣଙ୍କ ସହ ରୋମାନ୍ସ କରିବା ଆରମ୍ଭ କରିଥିଲେ।

Advertisment

ସମସ୍ତଙ୍କ ସାମ୍ନାରେ ଲାରା ନିଜକୁ ୨୨ ବର୍ଷ ବୋଲି କହିଥିଲେ। ଏହା ପରେ ଲାରା ମଧ୍ୟ ଝିଅର ନାମରେ ସ୍ନାପ୍‌ଚାଟ୍‌ରେ ଏକ ନକଲି ଆକାଉଣ୍ଟ ଖୋଲିଥିଲେ। ଖାଲି ଏତିକି ନୁହେଁ, ସେ ମଧ୍ୟ ନିଜ ଝିଅ ଭଳି ପୋଷାକପତ୍ର ପିନ୍ଧିବା କରିବା ଆରମ୍ଭ କଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯୁବକମାନଙ୍କ ସହ ପ୍ରେମାଳପ କରିବା ନେଇ ଲାରା ନିଜକୁ ସଜେଇବା ନେଇ ହେବୀ ମେକ୍‌ଅପ୍ ମଧ୍ୟ ବ୍ୟବହାର କରୁଥିଲେ।

ଏଭଳି ଧୋକାବାଜୀ ବେଳେ ଧରାଯିବା ପୂର୍ବରୁ, ଲାରା ମାଉଣ୍ଟେନ୍ ଭ୍ୟୁରେ ଏକ ସ୍ଥାନୀୟ ଦମ୍ପତିଙ୍କ ସହିତ ରହୁଥିଲେ। ସେ ଏହି ଦମ୍ପତିଙ୍କୁ ନିଜ ଜାଲରେ ପକେଇ ଦେଇଥିଲେ। ଲାରା ଏହି ଦମ୍ପତିଙ୍କୁ କହିଥିଲେ ଯେ ସେ ଏକ ଖରାପ ସମ୍ପର୍କରୁ ମୁକୁଳି ଆସିଛନ୍ତି। ପ୍ରକାଶଥାଉ ଯେ ଏହି ମହିଳା ଜଣକ ତାଙ୍କ ଝିଅର ଆଇଡି ବ୍ୟବହାର କରି କଲେଜରୁ ପ୍ରାୟ ୫ ଲକ୍ଷ ଟଙ୍କା ଋଣ ନେଇଥିଲେ।

ଏହି ଠକେଇର ପର୍ଦାଫାଶ ହେବା ପରେ ମଧ୍ୟ ଲାରା ଏହାକୁ ଅସ୍ୱୀକାର କରିବାକୁ ଲାଗିଥିଲେ। କିନ୍ତୁ ଯେତେବେଳେ କଠୋରରୁ କଥୋର ପଦକ୍ଷେପ ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ଏହି କାର୍ଯ୍ୟ ପାଇଁ କୋର୍ଟ ଲାରାଙ୍କୁ ୨୫ ହଜାର ଡଲାରର ଜରିମାନା ସହିତ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Ajab Gajab
Advertisment
Advertisment