• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏକା ବେଳେ ପରୀକ୍ଷା ଦେଇଥିଲେ, ଏକାବେଳେ ମାଟ୍ରିକ ପାସ୍ ବି କଲେ ମାଆ-ପୁଅ । ଜୟପୁର ବ୍ଲକ୍ ଅନ୍ତର୍ଗତ ପୂଜାରିପୁଟର ତ୍ରିନାଥ ପାତ୍ରଙ୍କ ପୁଅ ଆଲୋକ ଓ ସ୍ତ୍ରୀ ଜ୍ୟୋତ୍ସା ଏକା ସାଙ୍ଗରେ ମାଟ୍ରିକ ପାସ କରିଛନ୍ତି । ଜ୍ୟୋତ୍ସ୍ନା ପାଢୀ ବିବାହର ଦୀର୍ଘ ବର୍ଷ ପରେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ପୁଅ ଆଲୋକ କିଭଳି ପାଠପଢ଼ିବ ସେନେଇ ତାଙ୍କୁ ପ୍ରସ୍ତୁତ କରିବା ସହ ନିଜେ ମଧ୍ୟ ପ୍ରସ୍ତୁତି ଜାରି ରଖିଥିଲେ । ଜ୍ୟୋତ୍ସା ଆଉ ପାଠପଢାରେ ମାଆପୁଅଙ୍କୁ ସହାୟତା କରୁଥିଲେ ତ୍ରିନାଥ ଏବେ ପରିଶ୍ରମ ଓ ପ୍ରସ୍ତୁତିର ଫଳ ଆସିଥିବା ବେଳେ ପରିବାରରେ ଖେଳିଯାଇଛି ଖୁସିର ଲହରୀ ।

ଏନେଇ ପରୀକ୍ଷାର୍ଥୀ ଆଲୋକ ପାତ୍ର କହିଛନ୍ତି, ’୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିବାରକୁ ଚାହୁଁଥିଲି ହେଲେ ତାହା ହେଲେନି । ୭୬ ପ୍ରତିଶତ ମାର୍କ ରହିଛି । ହେଲେ ବି ମୁଁ ବହୁତ ଖୁସି ଅଛି । ତା ଠାରୁ ବି ଅଧିକ ଖୁସି ଲାଗୁଛି ଯେ, ମୋ ମା’ ମଧ୍ୟ ପାସ୍‌ କରିଛନ୍ତି । ଏଇ କରୋନା କାଳରେ ଫୋନ୍‌ ମାଧ୍ୟମରେ ମାଆ ଓ ମୁଁ ମିଶି ପାଠପଢ଼ୁଥିଲୁ ’ ।

ସେହିପରି ଏନେଇ ଆଲୋକଙ୍କ ମାଆ ଜ୍ୟୋତ୍ସ୍ନା ପାଢ଼ୀ କହିଛନ୍ତି ଯେ, ‘ସେତେବେଳେ ସୁଯୋଗ ମିଳିନଥିଲା ଏବେ ସୁଯୋଗ ମିଳିଲା ତେଣୁ ମୁଁ ବହୁତ ବର୍ଷ ପରେ ପରୀକ୍ଷା ଦେଲି । ମୁଁ ମୋ ପୁଅ ସହ ପରୀକ୍ଷା ଦେଲି । ପୁଅର ରେଜଲ୍ଟ ବି ଭଲ ହୋଇଛି ଆଉ ମୁଁ ବି ପାସ୍‌ କଲି । ବହୁତ ଖୁସି ଲାଗୁଛି ’ ।