Advertisment

୬ ବର୍ଷର ପିଲାକୁ ଘୃଣା କରୁଛି ମା’, ଜାଣନ୍ତୁ କାରଣ…

ପିଲାମାନେ ମା’ମାନଙ୍କ ଜୀବନ ହୋଇଥାନ୍ତି। ନିଜ ପିଲା ପାଇଁ ମା’ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ। କିନ୍ତୁ ଏଠି ଏମିତି ଜଣେ ମା’ର କଥା କୁହାଯାଉଛି ଯିଏ ନିଜ ପୁଅକୁ କରୁଛି ଘୃଣା। କାରଣ ଜାଣିବାକୁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Mother hates her son because he does not properly use bathroom

Mother hates her son because he does not properly use bathroom

ପ୍ରତ୍ୟେକ ପିଲାଙ୍କର ଶିକ୍ଷିବା ଓ ବୁଝିବା କ୍ଷମତା ଭିନ୍ନ ହୋଇଥାଏ। ଏମିତି ଅନେକ ପିଲା ଅଛନ୍ତି ଯେଉଁମାନେ କୌଣସି କଥାକୁ ଶୀଘ୍ର ଧରିନେଉଥିବା ବେଳେ ଆଉ କିଛି ଏହାକୁ ବିଳମ୍ବରେ ବୁଝନ୍ତି। ଏଭଳି ପରିସ୍ଥିତିରେ ପିତାମାତା ଧୈର୍ଯ୍ୟ ଧରିବା ଦରକାର। ଯଦି ଏହା ନ ହୁଏ ତେବେ ଉଭୟ ପିତାମାତା ଓ ପିଲାମାନେ ଅସୁବିଧାରେ ପଡ଼ନ୍ତି। ଏହିପରି ଜଣେ ମା’ ସମସ୍ତଙ୍କ ଆଗରେ ନିଜ ଦୁଃଖ କଥା କହିଛନ୍ତି। ସେ କହିଛନ୍ତି ଯେ ପୁଅର ଏକ ଖରାପ ଅଭ୍ୟାସ ହେତୁ ସେ ନିଜ ସନ୍ତାନକୁ ଘୃଣା କରୁଛନ୍ତି।

Advertisment

ଅନ୍‌ଲାଇନ୍ ସେୟାରିଂ ସାଇଟ୍ ରେଡ୍ଡିଟରେ ନିଜ ସମସ୍ୟା ବିଷୟରେ ବର୍ଣ୍ଣନା କରି ଏହି ମା’ ଜଣକ କହିଛନ୍ତି ଯେ ସେ ତାଙ୍କ ୬ ବର୍ଷର ପିଲାକୁ ଘୃଣା କରୁଛନ୍ତି। ଏହାର କାରଣ ହେଉଛି ଯେ, ତାଙ୍କୁ ଏହି ପିଲା ପାଇଁ ଲୋକଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡୁଛି। ପିଲାଟି ତା’ର ନିଜ ବୟସ ଅନୁଯାୟୀ ଆଚରଣ କରୁନାହିଁ। ଏନେଇ ସେ ତାଙ୍କର ଧୈର୍ଯ୍ୟର ସୀମାକୁ ଅତିକ୍ରମ କରୁଛି।

ଦୁନିଆ ଆଗରେ ଏହି ମାଆ ଜଣକ ଏହା କହିଛନ୍ତି ଯେ ତାଙ୍କ ପୁଅ ପ୍ରତି ତାଙ୍କ ଘୃଣାଭାବ ବଢିଚାଲିଛି। ଏହାର କାରଣ ହେଉଛି ଯେ ତାଙ୍କ ପିଲାକୁ ୬ ବର୍ଷ ହୋଇଥିଲେ ବି ସେ ଠିକ୍ ଭାବେ ବାଥ୍‌ରୁମକୁ ବ୍ୟବହାର କରିପାରୁନି। ମାଆ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ପିଲାଟି ଅଢେଇ ବର୍ଷର ହୋଇଥିଲା, ସେତେବେଳେ ସେ ଶୌଚାଳୟ ବ୍ୟବହାର ବିଷୟରେ ଭଲ ଭାବେ ଜାଣିଥିଲା। କିନ୍ତୁ ତାକୁ ଯେତେବେଳେ ୩ ବର୍ଷ ହେଲା ସେ ପୁଣି ଥରେ ପ୍ୟାଣ୍ଟରେ ମଳତ୍ୟାଗ କରିବା ଆରମ୍ଭ କରିଦେଲା।

Advertisment

ବର୍ତ୍ତମାନ ତାକୁ ୬ ବର୍ଷ ହୋଇଥିଲେ ବି ସେ ପ୍ୟାଣ୍ଟରେ ହିଁ ମଳତ୍ୟାଗ କରିଦେଉଛି। ଏହାକୁ ନେଇ ଅସୁବିଧାର ସମ୍ମୁଖିନ ହେଉଥିବା ମାଆ କହିଛନ୍ତି ଯେ ସେ ଡାକ୍ତର, ଡାକ୍ତରଖାନା, ଥେରାପି, ଶାରୀରିକ ଚିକିତ୍ସା ଠାରୁ ଆରମ୍ଭ କରି ସବୁକିଛି ଚେଷ୍ଟା କରିସାରିଲେଣି, କିନ୍ତୁ ପିଲାଟି କାହିଁକି ଯେ ଶୌଚାଳୟ ଯିବାକୁ ଘୃଣା କରୁଛି ତାହା କେହି କହିପାରୁ ନାହାନ୍ତି।

ପୁଅର ଏହି କାର୍ଯ୍ୟକୁ ଦେଖି କ୍ରୋଧିତ ମା କୁହନ୍ତି ଯେ ଏହି କାରଣରୁ ସେ ପୁଅକୁ ନେଇ ନା ସେ କୌଣସି ସାମାଜିକ ସମାବେଶକୁ ଯାଇପାରୁଛନ୍ତି ନା କୌଣସି ଅନ୍ୟ ସ୍ଥାନକୁ ବୁଲି ଯାଇପାରୁଛନ୍ତି। ଏନେଇ ତା’ର ସାଧାରଣ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯାଉଛି।

କେବଳ ଏତିକି ନୁହେଁ, ପିଲାଟିର ଏହି ଅଭ୍ୟାସ ହେତୁ ଲୋକମାନେ ତାକୁ ପରିହାସ ମଧ୍ୟ କରନ୍ତି ଏବଂ ସେ ତା ସହ ମିଶନ୍ତି ନାହିଁ କି ସାଙ୍ଗ ହୁଅନ୍ତି ନାହିଁ। ଅନେକ ଲୋକ ଏହି ମାଆର ପୋଷ୍ଟ୍‌ ପଢିବା ପରେ ସମବେଦନା ଜଣାଇଥିବାବେଳେ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ପିଲା ସହିତ ନିଜର ମଧ୍ୟ ଯତ୍ନ ନେବା ଆବଶ୍ୟକ।

Ajab Gajab
Advertisment
Advertisment