Advertisment

ପଂଚଭୂତରେ ବିଲୀନ ହେଲେ ଓଟିଭି ରାୟଗଡା ପ୍ରତିନିଧି ମନୋଜ ପାତ୍ର

ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
RIP Manoj Patra

RIP Manoj Patra

ଭୁବନେଶ୍ୱର: ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ମନୋଜ ପାତ୍ରଙ୍କ ଅକସ୍ମାତ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

Advertisment

ମନୋଜ ପାତ୍ରଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ଟ୍ୱିଟ୍ ଯୋଗେ ଶୋକ ପ୍ରକାଶ କରିବା ସହ ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଲସ୍ ବୋଲି ଉଲ୍ଲେଖ କରିଛନ୍ତି । ଓଟିଭି ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ମନୋଜ ପାତ୍ରଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି । ଓଟିଭିର ସମସ୍ତ କର୍ମଚାରୀ ଶୋକସଭାରେ ଉପସ୍ଥିତ ରହି ମନୋଜଙ୍କ କର୍ତ୍ତବ୍ୟନିଷ୍ଠାକୁ ମନେ ପକାଇବା ସହ ତାଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ ।

ମେଡିକାଲରେ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ମନୋଜଙ୍କ ସମ୍ପର୍କୀୟ ଭାଇ ବିନୋଦ ଏବଂ ପୁତୁରା ଚିନ୍ମୟ ପାତ୍ର ଅଭିଯୋଗ ଆଣିଛନ୍ତି। ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ ସୋମବାର ହସ୍ପିଟାଲ ଅଣାଯାଇଥିଲା । ରାତି ସାଢ଼େ ୯ରୁ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଡାକ୍ତର ଦେଖିଥିଲେ। ସକାଳେ ଜଣେ ମହିଳା ଡାକ୍ତର ସବୁକିଛି ଠିକ୍ ଅଛି କହି ଘରକୁ ପଠାଇ ଦେଇଥିଲେ।

Advertisment

ଘରେ ପହଞ୍ଚିବା ପରେ ଦିନ ୧୦ଟାରେ ସେ ଚେତାଶୂନ୍ୟ ହୋଇପଡ଼ିଲେ। ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ଆଣିବା ପରେ ସେଠାରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମନୋଜଙ୍କ ଭାଇ ବିନୋଦ।

OTV Rayagada Correspondent Manoj Patra
Advertisment
Advertisment