/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696651807.jpg)
Mortal remains of Jawan Saroj Das will arrive in Odisha today
ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ହୋଇଥିବା ସେନାର ହାବିଲଦାର ସରୋଜ ଦାସଙ୍କ ପାର୍ଥିବ ଶରୀର। ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଢେଙ୍କାନାଳର ସରୋଜଙ୍କ ପାର୍ଥିବ ଶରୀର ଆଜି ଓଡ଼ିଶା ଆସିବ।
ସିକ୍କିମରୁ ସିଧା ଭୁବନେଶ୍ୱର ଅଣାଯିବ। ତା’ପରେ ତାଙ୍କ ଜନ୍ମଭୂମି ଢେଙ୍କାନାଳ କାମାକ୍ଷାନଗରର କେନ୍ଦୁଢିପକୁ ନିଆଯିବ। କେନ୍ଦୁଢିପ ଗାଁରେ ତାଙ୍କର ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯିବ। ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।
ସୋମବାର ବିଳମ୍ବିତ ରାତିରେ ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାରେ ଭାସି ଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେଓଡ଼ିଆ ଯବାନ ସରୋଜ ଦାସ ଥିଲେ।
ସୂଚନାଥାଉ କି, ସିକିମ୍ ପ୍ରଳୟଙ୍କାରୀ ବନ୍ୟାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଶତାଧିକ ନିଖୋଜ ଅଛନ୍ତି । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ସେତୁ ଭୁଶୁଡ଼ିଛି, ଧୋଇଯାଇଛି ଅନେକ ରାସ୍ତା । ଘଟଣାସ୍ଥଳରୁ ୧୨୦ କିଲୋମିଟର ଯାଏ ବନ୍ୟାର ପ୍ରଭାବ ପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)