• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିବଗଂତ ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଆଜି ହେବ ଶେଷକୃତ୍ୟ । ପୈତୃକ ଗାଁ ଯାଜପୁର ଧର୍ମଶାଳା ଭଗବାନପୁରରେ ଶେଷକୃତ୍ୟ ହେବ । ତାଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶେଷଦର୍ଶନକୁ ସମସ୍ତେ ଅପେକ୍ଷା କରିଛନ୍ତି । କିଛି ସମୟ ପୂର୍ବରୁ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ଆସାମ ଗୌହାଟୀରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଅଜୟ ପରିଡ଼ା । ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

ଆସାମ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ଡା. ପରିଡ଼ା । ସେଠି କନଫରେନ୍ସ ପୂର୍ବରୁ ତାଙ୍କ ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କରୋନା ବିରୋଧୀ ଲଢ଼େଇ ବେଳେ ସାରା ଦେଶ ଦେଖିଥିଲା ଅଜୟ ପରିଡ଼ାଙ୍କ ଦକ୍ଷତା । ଜିନମ୍ ସିକ୍ୟୁଏନ୍ସିଂ ଜରିଆରେ ଭାରିଏଣ୍ଟ ଚିହ୍ନଟ ଓ ଏହାର ମୁକାବିଲା ରଣନୀତି ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ବିଶେଷ ଭାବେ ଡେଲଟା ଏବଂ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ବେଳେ ଡର ପରିଡ଼ାଙ୍କ ପରୀକ୍ଷଣ ମୁକାବିଲା ଲାଭପ୍ରଦ ହୋଇଥିଲା ।

ଯାଜପୁରରେ ଜନ୍ମିତ ଅଜୟ ପରିଡ଼ା ୧୯୮୨ ମସିହାରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରବା ପରେ MSC ବାଣୀବିହାରରୁ ସାରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚଡି ପରେ ଦେଶର ସୁନାମଧ୍ୟନ ଅନୁଷ୍ଠାନରେ କାର୍ଯ୍ୟ କରିଛନ୍ତି । ଜାନୁଆରୀ ୨୦୧୭ରୁ ILS ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । କାର୍ଯ୍ୟକାଳ ସରିବା ପରେ ପୁଣି ଥରେ ତାଙ୍କ କାଯର୍ୟକାଳକୁ ୨୦୨୪ ଯାଏଁ ବଢ଼ାଯାଇଥିଲା । ଡା. ଅଜୟ ପରିଡ଼ାଙ୍କ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୧୪ରେ ଡାକ୍ତର ପରିଡ଼ାଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ । କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଏମଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ନିର୍ଦ୍ଦେଶକ ସହ ଅନେକ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ ।