• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଭାଙ୍ଗିଲେ ରୋଷ ଘର ଚୁଲି । ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ସୂଚନା । ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି । ଚୁଲି ଭଙ୍ଗା ନେଇ ସୁଆର ମହାସୁଆର ନିଯୋଗ ସଭାପତି ସୂଚନା ଦେଇଛନ୍ତି । କାଲି ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା କରାଯାଉଛି । ଆଡ଼ପ ଅବଢ଼ା ରନ୍ଧା ପାଇଁ ପ୍ରସ୍ତୁତ ହୋଇଥିଲା ଚୁଲି ୭୫୨ରୁ ୨୦ଟି ଚୁଲି ଭାଙ୍ଗିଥିବା ସୂଚନା ମିଳିଛି । ଚୁଲିକୁ କେହି ହାତରେ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ସୁଆର ସେବାୟତ ।

ଜଣେ ସୁଆର ଆଣିଲେ ସାଂଘାତିକ ଅଭିଯୋଗ

 ଜଣେ ସୁଆର ସେବାୟତ ଏସମ୍ପର୍କରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୋଟ୍ ୭୫୨ ଚୁଲିରୁ ୨୦ଟି ଚୁଲି ଭଙ୍ଗାଯାଇଛି । ଏଥିରେ ପ୍ରଶାସନ କ’ଣ କରିବ ? ସାତ ଜଣ ସୁଆରଙ୍କର ଚୁଲି ଭାଙ୍ଗି ଦିଆଯାଇଛି । ଆମରି ସେବକ ଭାଇ ଚୁଲି ଭାଙ୍ଗିଥିବା ସେ କହିଛନ୍ତି । ହେଲେ ସେମାନେ ନିଶ୍ଚୟ ପ୍ରସାଦ ପାଇବେ । ଭଗବାନ ସବୁ ଦେଖୁଛନ୍ତି । ପାଞ୍ଚ ଦିନ ତଳେ ତିଆରି ହୋଇଥିଲା । ଦୁଇ ଦିନରେ ପରେ ପୁଣି ମାଟି ଲଗାଯାଇଥିଲା । ହେଲେ କେହି ଭାଙ୍ଗି ଦେଇଛନ୍ତି । ଗୋଟିଏ ଚୁଲି ତିଆରି କରିବାକୁ ୨୦୦୦ ଟଙ୍କା ମଜୁରୀ, ମାଟି ୫୦୦ ଟଙ୍କା ଖର୍ଚ୍ଚ । ଯେଉଁ ସୁଆରଙ୍କ ଚୁଲି ଭାଙ୍ଗିଛି, ସେ ହିଁ ଅସୁବିଧା ପାଇବେ । କଞ୍ଚା ଚୁଲିକୁ ହାତରେ ଭାଙ୍ଗି ଦିଆଯାଇଛି । ଶ୍ରୀମନ୍ଦିର ରୋଷଘର ଭଳି ଚୁଲି ତଡ଼ାଯାଇନି । ଆଡ଼ପ ଅବଢ଼ା ପାଇଁ ୫ ଦିନ ତଳେ ପ୍ରସ୍ତୁତ ହୋଇଥିଲା ଚୁଲି । 

ସେହିପରି ଆଉ ଜଣେ ସୁଆର ସେବାୟତ କରିଛନ୍ତି, କିଏ ଭାଙ୍ଗିଛି, କେମିତି ଭାଙ୍ଗିଛି କେହି ଦେଖି ନାହାନ୍ତି । ଗତକାଲି ସକାଳେ ନହେଲେ ସନ୍ଧ୍ୟାରେ ଚୁଲି ଭଙ୍ଗାଯାଇଛି । ଏଠାରେ ପୋଲିସ୍‌ ରୁହନ୍ତି ନାହିଁ । ଏଠାକୁ ସମସ୍ତଙ୍କର ଯିବାଆସିବା ଥାଏ । କିଏ ଭାଙ୍ଗିଛି ଜଣାପଡ଼ି ନାହିଁ । 

ଏହା ପୂର୍ବରୁ ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲି ଜଣେ ଦୁର୍ବତ୍ତ ପଶି ଭାଂଗି ଦେଇଥିଲା ।