• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଧାନସଭାର ପ୍ରଥମ ଦିନର ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପ୍ରସଙ୍ଗ ଉଠାଇ ଶାସକ ଦଳ ସଦସ୍ୟ ଉଦ୍‌ବେଗଗ ପ୍ରକାଶ କରିଛନ୍ତି । ପ୍ରଥମେ ଶାସକ ଦଳ ବିଧାୟକ ଦେବୀ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ ।

ଏନେଇ ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ‘ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ରୋଡ଼ମ୍ୟାପକୁ ଆମେ ଠିକଣା ଢଙ୍ଗରେ ଓ ଠିକଣା ସମୟରେ କରି ପାରୁନାହିଁ । ଯେଉଁଥିପାଇଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯେମିତି ଅଭିବୃଦ୍ଧି ହେବା କଥା ତାହା ହୋଇ ପାରୁନାହିଁ । ବ୍ୟୟ ବରାଦ ହୋଇଥିବା ଆର୍ଥକ ରାଶି ଖର୍ଚ୍ଚ ହେଉ ନାହିଁ । ବିଭାଗ ଯେଉଁ କାର୍ଯ୍ୟ କରୁଛି ତାହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି’ ।

ସେହିପରି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ କହିଛନ୍ତି ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା କରାଯାଉଛି । ପର୍ଯ୍ୟଟନ ବିକାଶ ଲାଗି ଲିଟେରଚର ପ୍ରକାଶ ପାଇବା ଦରକାର ।

ଏହାସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ନିଜ ନିଜ ଅଞ୍ଚଳର ପର୍ଯ୍ୟଟନ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି ।

ଏହି ପ୍ରସଙ୍ଗରେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଉତ୍ତର ରଖି କହିଛନ୍ତି, ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ୨୦୧୯ରେ କୋଭିଡ୍ ଯୋଗୁ ରାଜ୍ୟକୁ ପର୍ଯ୍ୟଟକ ମାନେ ଓଡ଼ିଶା ଆସିବା କମିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ । ଆଜି ବିଧାନସଭାରେ ନୂଆ ବାଚସ୍ପତି ଅଧ୍ୟକ୍ଷତା କରୁଛନ୍ତି ।