Advertisment

୬ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ : ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଅପରାହ୍ନ ଅଧିବେଶନ ଘଣ୍ଟାଏ ବଢ଼ି ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

author-image
Prangyan Parimita
Odisha Assembly

Odisha Assembly

ଜୁଲାଇ ୨ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନର କାର୍ଯ୍ୟ ସମୟରେ ଘଣ୍ଟାଏ ବୃଦ୍ଧି କରାଯାଇଛି । ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ ପୂର୍ବରୁ କରୋନା କାଳରେ ୫ ଘଣ୍ଟା ଚାଲୁଥିଲା । ଏହାକୁ ଏଥର ବୃଦ୍ଧି କରାଯାଇଛି । ଅପରାହ୍ନରେ ଅଧିବେଶନ ୪ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଏଥର ଗୃହ ସ୍ୱାଭାବିକ ଭାବେ ଚଲାଇବାକୁ ବିରୋଧୀ ଦଳ ପ୍ରସ୍ତାବ ଦେଇଥିଲେ ।

Advertisment

କରୋନାର ପ୍ରକୋପ କମିଥିବାରୁ ଗୃହ କାର୍ଯ୍ୟ ସ୍ୱାଭାବିକ କରିବାକୁ ବିରୋଧି କହିଥିଲେ । ହେଲେ କୋଭିଡ୍ କେଶ୍ ବଢୁଥିବାରୁ ରିସ୍କ ନେଇହେବନି ବୋଲି ବାଚସ୍ପତି ଓ ସରକାରୀ ଦଳ କହିଥିବା ସୂଚନା ଦିଆଯାଇଛି । ଏହାଛଡ଼ା ସାମ୍ବାଦିକଙ୍କୁ ଗୃହକୁ ପ୍ରବେଶ ଅନୁମତି ଦେବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟପଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବେଳେ ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଛି ବାଚସ୍ପତି ବିକ୍ରମ କେଶରୀ । ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ ମୌସୁମୀ ଅଧିବେଶନ ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ ।

ଅନ୍ୟପଟେ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀ ଦଳ ନେତା ପରିବର୍ତ୍ତନ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତା ଉପରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ । ମୌସୁମୀ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ବଦଳିବା ଭଳି ଲାଗୁନି ବୋଲି ସେ କହିଛନ୍ତି । ତେବେ ଗୃହକୁ ବିରୋଧୀ ଦଳ ନେତାଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବିରୋଧୀ ଦଳ ନେତା ପରିବର୍ତ୍ତନ ନେଇ ଦଳ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

Advertisment
Monsoon Session Odisha Assembly
Advertisment
Advertisment