/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653126431.jpg)
Monkeypox: Odisha On Alert
ବିଶ୍ୱରେ ଏବେ ମଙ୍କିପକ୍ସ ରୋଗ ଦେଖା ଦେଇଥିବା ବେଳେ ଏହାକୁ ନେଇ ଓଡ଼ିଶା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ମଙ୍କିପକ୍ସକୁ ନେଇ ସବୁ ରାଜ୍ୟକୁ କେନ୍ଦ୍ର ଆଡ୍ଭାଇଜରି ପଠାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସ ଚିହ୍ନଟ ହୋଇନି। ତଥାପି ସତର୍କ ରହିବାକୁ ପଡ଼ିବ।
ଜ୍ୱର, ଦେହ ମୁଣ୍ଡ ବ୍ୟଥା, ଦେହ ସାରା ଫଳିଲେ ଟେଷ୍ଟ କରାଯିବ। କାହା ପାଖରେ ଲକ୍ଷଣ ଦେଖାଦେଲେ ସାମ୍ପଲ୍ ପୁଣେ ପଠାଇ ଟେଷ୍ଟ ପରେ ମଙ୍କିପକ୍ସ ନା ଆଉ କିଛି ସ୍ପଷ୍ଟ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ମଙ୍କିପକ୍ସକୁ ନେଇ କେନ୍ଦ୍ର ସରକାର ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଏବଂ ଇଣ୍ଡିଆନ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚକୁ ସତର୍କ କରାଇଛନ୍ତି । ଏହି ରୋଗ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ସରକାର କହିଛନ୍ତି।
ଯଦି କିଛି ଲକ୍ଷଣ ଦେଖାଗଲା, ତତ୍କ୍ଷଣାତ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ନମୁନା ପଠାଇବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୧ଟି ଦେଶରେ ୮୦ଟି ମକ୍ସିପକ୍ସ କେସ୍ ଚିହ୍ନଟ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି।
ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ। ଦେହମୁଣ୍ଡ ଓ ଅଣ୍ଟା ବିନ୍ଧେ। ଦେହରେ ଫୋଟକା ଭଳି ଫଳି ଯାଏ। ତଣ୍ଟି ଦରଜ ହେବା ସହ ରୋଗୀ କ୍ଲାନ୍ତ ଅନୁଭବ କରନ୍ତି। ଦେହରେ ମିଳିମିଳା କିମ୍ବା କାଛୁ ଭଳି ଫଳି ଯାଏ ଓ କୁଣ୍ଡାଇ ହୁଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)