Advertisment

ରାସ୍ତାରେ ହେଲା ଟଙ୍କା ବର୍ଷା; ଲୋକେ ଗାଡି ଅଟକେଇ ଗୋଟେଇଲେ

ଅନେକ ସମୟରେ ମାଛ ବର୍ଷା କଥା ଆପଣମାନେ ଶୁଣିଥିଲେ। କିନ୍ତୁ ଟଙ୍କା ବର୍ଷାହେବା କେହେ ଶୁଣିଛନ୍ତି କି? ଉତ୍ତର ନିଶ୍ଚିତ ନା ହେବ। କିନ୍ତୁ ଏଠି ଦେଖନ୍ତୁ କିପରି ଟଙ୍କାର ବର୍ଷା ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Money rain in road

Money rain in road

ବେଳେ ବେଳେ ଆଖି ସାମ୍ନାରେ ଏମିତି ଘଟଣା ଘଟିଯାଏ ଯାହାର କାହା ସହିତ ମଧ୍ୟ କୌଣସି ସମ୍ବନ୍ଧ ନ ଥାଏ। ନିକଟରେ ଏମିତି କିଛି ହୋଇଯାଇଛି ଆମେରିକାର କାର୍ଲିଫର୍ଣ୍ଣିଆରେ। ଆର୍ଲବେଡ୍ ରାସ୍ତା ଟଙ୍କାର ବର୍ଷା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି ବିଶ୍ୱାସ କରିପାରି ନ ନଥିଲେ ଯେ ରାସ୍ତା ଉପରେ ଖାଲି ନୋଟ୍ ହିଁ ନୋଟ୍ ଗଦା ହୋଇଥିଲା। ଅନେକ ଲୋକ ଏହି ନୋଟ୍‌ଗୁଡିକୁ ଗୋଟେଇବା ମଧ୍ୟ ଆରମ୍ଭ କରିଦେଇଥିଲେ।

Advertisment

ସୂଚନା ମୁତାବକ ସକାଳ ପ୍ରାୟ ୯ଟା ସମୟରେ ଏକ ସଶସ୍ତ୍ର ଟ୍ରକ ରାସ୍ତା ଦେଇ ଗଲା ଏବଂ ଟ୍ରକଟି ଯିବା ମାତ୍ରେ ନୋଟ୍‌ର ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଯିଏ ଏହି ନୋଟ୍‌ଗୁଡିକ ରାସ୍ତାରେ ଉଡୁଥିବା ଦେଖିଲା ସିଏ କାର୍‌କୁ ସାଇଡ୍ କରି ରାସ୍ତାକୁ ଓହ୍ଲାଇ ନୋଟ୍ ଗୋଟେଇବାରେ ଲାଗିଲା। ଅନେକ ମଧ୍ୟ ଏହି ଅଜବ ଘଟଣାର ଭିଡିଓ କରିବା ଆରମ୍ଭ କରିଦେଲେ।

ଏହି ଘଟଣାର ଏକ ଭିଡିଓ ଫିଟ୍‌ନେସ୍ ଇନ୍‌ଫ୍ଲୁଏନ୍ସର ଡେମି ବାଗବି ଶେୟାର କରିଛନ୍ତି। ଏହି ଭିଡିଓରେ ସେ ନୋଟ୍‌ ଗଦା ମଝିରେ ଠିଆ ହୋଇଛନ୍ତି ଏବଂ ଲୋକଙ୍କୁ ଏହା କହୁଛନ୍ତି ଯେ ସେ ଏହାଠାରୁ ଅଧିକ ଅଦ୍ଭୁତ ଆଉ କିଛି ଦେଖି ନାହାଁନ୍ତି। ଯେତେବେଳେ ପୂରା ସାନ୍‌ଡିଏଗୋ ଲକ୍‌ଡାଉନ୍ ହୋଇଛି ସେତେବେଳେ କେହି ରାସ୍ତାରେ ନୋଟ୍ ଉଡାଇ ଦେଇଛି।

Advertisment

ତାଙ୍କର ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ସେ ଲୋକମାନଙ୍କୁ ନୋଟଗୁଡିକ ଛିନ୍ନଭିନ୍ନ ହୋଇ ପଡିଥିବାର ଦୃଶ୍ୟ ଦେଖାଇ ସେ କହୁଛନ୍ତି ଯେ “ହେ ଭଗବାନ ଏହା ପୂର୍ବରୁ ମୁଁ କେବେ ଏଭଳି ଦେଖି ନାହିଁ।” ତାଙ୍କର ଏହି ଭିଡିଓରେ ଲୋକମାନେ ରାସ୍ତାରେ ବିଚ୍ଛିନ୍ନ ହୋଇ ପଡିଥିବା ନୋଟ୍ ଗୋଟଉଥିବା ଦେଖିବାକୁ ମିଳେ।

ରାସ୍ତାରେ ଏହି ନୋଟ୍ ​​ବର୍ଷା ସେତେବେଳେ ହୋଇଥିଲା ଯେତେବେଳେ ଏକ ଟ୍ରକ ପାସ୍ କଲା। ଟ୍ରକର ଗୋଟିଏ କବାଟ ଖୋଲା ଥିଲା ଏବଂ ସେଠାରୁ ନୋଟ୍ ଉଡୁଥିଲା। ଗାଡିର ଡ୍ରାଇଭର ଲୋକଙ୍କୁ ଟଙ୍କା ନ ନେବାକୁ ଏବଂ ଭିଡିଓ ବନ୍ଦ କରିବାକୁ ମଧ୍ୟ କହିଥିଲେ। କିନ୍ତୁ ତାଙ୍କ କଥା କେହି ଶୁଣି ନ ଥିଲେ।

ପୁଲିସ୍‌ ଏପର୍ଯ୍ୟନ୍ତ ଏହି ମାମଲାରେ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି। ସୋସିଆଲ୍‌ ମିଡିଆ ଭିଡିଓ ମାଧ୍ୟମରେ ଟଙ୍କା ଗୋଟଉଥିବା ସମସ୍ତ ଲୋକଙ୍କ ସହ ପୋଲିସ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି। ଅଦ୍ୟାବଧି ରାସ୍ତାରେ କେତେ ଟଙ୍କା ପଡିଛି ତାହା ଆକଳନ କରାଯାଇ ନାହିଁ।

Ajab Gajab
Advertisment
Advertisment