Advertisment

‘ସୋନାଲି ଓ ତା ମାଆ ପ୍ଲାନ୍‌ କରି ମୋ ପୁଅକୁ ମାରିଛନ୍ତି ’

ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୋଲିସ୍‌ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Model Soumya's Family Stages Protest Outside Bhubaneswar DCP Office

Model Soumya's Family Stages Protest Outside Bhubaneswar DCP Office

ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୨ ଦିନ । ହେଲେ ଘଟଣାରେ ପୋଲିସ୍‌ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି ।

Advertisment

ଗତ ଜାନୁଆରୀ ମାସ ୩୦ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଦାୟୀ କରୁଥିବା ଯୁବତୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଏନେଇ ସୌମ୍ୟଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ସୁଇସାଇଡ୍‌ ନୋଟ୍‌ରେ ଲେଖିଛି ଯେ ତା ମୃତ୍ୟୁ ପଛରେ ସୋନାଲି ଦାୟୀ । ଆଜି ପର୍ଯ୍ୟନ୍ତ ପୋଲିସ୍‌ ଏହି ମାମଲାରେ କୌଣସି ପ୍ରକାରର ଆକ୍ସନ୍‌ ନେଇ ନାହିଁ । ଏମିତି କି ସୋନାଲିକୁ ଡାକି କାଉନସେଲିଂ ମଧ୍ୟ କରାଯାଇନାହିଁ । ସେଥିପାଇଁ ଆମେ ବାଧ୍ୟ ହୋଇକି ରାଜରାସ୍ତାରେ ଧାରଣାରେ ବସିଛୁ । ଭାଇଙ୍କ ଫୋନ୍‌ରେ ଯଥେଷ୍ଟ ଏଭିଡେନ୍ସ ଥାଇ ମଧ୍ୟ ପୋଲିସ୍‌ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନାହିଁ । ତେଣୁ ଯେପର୍ଯ୍ୟନ୍ତ ସୋନାଲି ଧରା ହୋଇନାହିଁ ଆମେ ସେପର୍ଯ୍ୟନ୍ତ ଧାରଣାରେ ବସିବୁ’ ।

Advertisment

ଏନେଇ ସୌମ୍ୟଙ୍କ ମାଆ କହିଛନ୍ତି ଯେ, ଥରେ ନୁହେଁ ଦୁଇ ଥର ଇନ୍‌ଫୋସିଟି ଥାନା  ଓ ଡିସିପି ଅଫିସରେ ଏତଲା ଦେଇ ମଧ୍ୟ ପୋଲିସ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରି ନାହିଁ । ପ୍ରଥମତଃ ସୌମ୍ୟ ମୃତ୍ୟୁ ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ ସୋନାଲିକୁ ନିଜ ମୃତ୍ୟୁ ପାଇଁ ଦାୟୀ ବୋଲି ଲେଖିଛି । ଦ୍ୱିତୀୟରେ ମୃତ୍ୟୁ ପୂର୍ବରୁ ସୌମ୍ୟ କିଛି ବଡ଼ ଷ୍ଟେପ୍‌ ନେବ ବୋଲି ସୋନାଲିର ମାଆକୁ କହିଛି । ହେଲେ ତାଙ୍କ ମାଆ ଏସବୁ ଜାଣିକି ମଧ୍ୟ ମୋତେ ଜଣାଇନଥିଲେ । ଯଦି ସେ ମୋତେ କହିଦେଇଥାନ୍ତେ ହୁଏତ ମୋ ପୁଅକୁ ଆଜି ମୁଁ  ହରାଇନଥାନ୍ତି । ଉଭୟ ମାଆ ଝିଅ ଦୁଇ ଜଣ ପ୍ଲାନ୍‌ କରି  ମୋ ପୁଅକୁ ମାରିଛନ୍ତି । ସୋନାଲି ମୋ ପୁଅକୁ ଫୋନ୍‌ କରି ମାନସିକ ନିର୍ଯାତନା ଦେଇଥିବାରୁ ମୋ ପୁଅ ଆତ୍ମହତ୍ୟା କରିଛି । ସୌମ୍ୟ ମୃତ୍ୟୁ ପଛରେ ସମ୍ପୂର୍ଣ୍ଣ ଭାବେ ସୋନାଲି ଓ ତା ମାଆ ହିଁ ଦାୟୀ । ତେଣୁ ଦୁଇ ଜଣଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ ।

ଏହାସହ ସେ କହିଛନ୍ତି ଯେ, ହୁଏତ ସୋନାଲିର ପୋଲିସ୍‌ ସହ ଭିତିରିଆ କିଛି ସମ୍ପର୍କ ରହିଥାଇପାରେ କି ପୋଲିସ୍‌ ଉପରେ କୌଣସି ପ୍ରକାରର ଚାପ ପଡୁଥାଇପାରେ । ତେଣୁ ପୋଲିସ୍‌ କିଛି ଷ୍ଟେପ୍‌ ନେଉନାହିଁ ।

ତେବେ ଆତ୍ମହତ୍ୟା ପାଇଁ ସୁଇସାଇଡ୍ ନୋଟ୍‌ରେ ସୌମ୍ୟ ପ୍ରେମିକାଙ୍କୁ ଦାୟୀ କରିବା, ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ସହ କଥା ବେଳେ ସୌମ୍ୟ ପ୍ରତାରଣା ଓ ଆତ୍ମହତ୍ୟା କଥା କହିବା, ଯାହାର  ଅଡିଓ ଭାଇରାଲ୍ ହୋଇଥିଲା। ହେଲେ ଏଯାଏ ପ୍ରେମିକାଙ୍କୁ ଜେରା କରାଯାଇ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ସୌମ୍ୟଙ୍କ ପରିବାର ।

Sonali Nanda Soumya Death Case
Advertisment
Advertisment