Advertisment

ପ୍ରଶ୍ନକାଳ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଧାନସଭାରେ ହୋହାଲ୍ଲା କରିପାରିବେନି ବିଧାୟକ

ପ୍ରଶ୍ନକାଳ ସମୟରେ, ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Odisha Assembly

ଭୁବନେଶ୍ୱର: ବିଧାନସଭାରେ ଗୃହ କାର୍ଯ୍ୟ ପରିଚାଳନା ନେଇ କେତେକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। ପ୍ରଶ୍ନକାଳ ସମୟରେ, ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ସିମଲାରେ ବସିଥିବା ସବୁ ରାଜ୍ୟର ବାଚସ୍ପତିଙ୍କ ସହିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। 

Advertisment

ବିଧାନସଭାର ଆସନ୍ତା ଅଧିବେଶନ ପୂର୍ବରୁ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଏ ନେଇ ସମସ୍ତଙ୍କୁ ଅବଗତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ ୨୯ ତାରିଖରେ ସର୍ବଦଳୀୟ ବୈଠକ ହେବ। ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ ହେବ। କେଉଁ ଦିନ କାହାର ଟେଷ୍ଟ ହେବ, ଆସନ୍ତା ୨୫ ତାରିଖରେ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। 

ସେପଟେ ବିଧାନସଭାରେ ହୋହାଲ୍ଲା ମନା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ‘ବିଧାନସଭାରେ ଆମେ ଚୁପ୍‌ ରହିବୁ ନାହିଁ। ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିବୁ। ବିଧାନସଭାରେ ହୋହାଲ୍ଲା କରିପାରିବୁ ନାହିଁ ବୋଲି କେଉଁ ଆଇନରେ ଅଛି ? ବିରୋଧୀ ଦଳ ତାର ଭୂମିକା ପାଳନ କରିବ, ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବ।’ 

Advertisment
Winter Session Odisha Assembly
Advertisment
Advertisment