• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନର୍ଦ୍ଦମା ପାଣିରେ ପଶିଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ । ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇ ରହିଥିବା ମୋକିମ ପେଟା ନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ସତ୍ତ୍ୱେ ସରକାର ନ ଶୁଣିବାରୁ ଆଜି ବିଧାୟକ ନିଜେ ନାଳ ଭିତରେ ପଶି ପ୍ରତିବାଦ କରିଛନ୍ତି । ସିଡିଏ ଓ ବିଡ଼ାନାସୀବାସୀ କିଭଳି ଦୁର୍ଦ୍ଦଶାରେ ରହୁଛନ୍ତି, ତାହା ଦର୍ଶାଇବା ପାଇଁ ସେ ଆଜି ନାଳ ଭିତରେ ପଶିଥିବା କହିଛନ୍ତି ।

ଏନେଇ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ପେଟା ନାଳର ପୁନରୁଦ୍ଧାର ଲାଗି ସେ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କିରଛନ୍ତି । ବିଧାନସଭାରେ ମଧ୍ୟ ପ୍ରସଙ୍ଗ ଉଠାଇଛନ୍ତି । ହେଲେ ଏହା ସତ୍ତ୍ୱେ ସରକାର ନ ଶୁଣିବାରୁ ଆଜି ସେ ଏଭଳି ପ୍ରତିବାଦ କରିଛନ୍ତି ।