ବାଲେଶ୍ୱର ଜିଲ୍ଲା ଖଇରା ଥାନା ରାଇକୁଳା ଗାଁରେ ଘରୁ ଚାଲିଯାଇଥିବା ଯୁବକ ଏବେ ଫେରିଛନ୍ତି । ଆଗ୍ରାରେ ଥାଇ ଘର ଲୋକଙ୍କ ସହ ସମ୍ପର୍କ କରିବା ପରେ ସେ ଘରକୁ ଫେରିଛନ୍ତି ।
Also Read
ଗତ କିଛିଦିନ ତଳେ ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ସରିସା ଗାଁର ଉତ୍ତମ ପଣ୍ଡା ତାଙ୍କ ଘରେ ଏକ ଚିଠି ଛାଡ଼ି ଘରୁ ଚାଲିଯାଇଥିଲେ । ତାଙ୍କର ଏକ ଗୁରୁତର ରୋଗ ହୋଇଥିବାରୁ ସେ ପରିବାର ପାଇଁ ଭାର ନହୋଇ ଘର ଛାଡ଼ି ଚାଲିଯାଇଥିବା ଚିଠିରେ ଉଲ୍ଲେଖ କରିଥିଲେ ।
ଉତ୍ତମ ହରିୟାଣାରେ ଏକ ଔଷଧ କମ୍ପାନିରେ କାମ କରନ୍ତି କିଛି ଦିନ ପାଇଁ ଘରକୁ ଆସିଥିବା ବେଳେ ସେ ଏଭଳି ଏକ ଚିଠି ଲେଖିଥିଲେ ଏହା ପରେ ପରିବାର ଲୋକ ତାଙ୍କୁ ଚାରିଆଡେ ଖୋଜି ନିରାଶ ହୋଇଥିଲେ । ଏପରିକି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦେଇଥିଲେ । ଏବେ ଉତ୍ତମ ଘରକୁ ଫେରିବା ପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି । ସେ ଘରକୁ ଫେରିବା ପରେ ସମସ୍ତଙ୍କ ମନରେ ଖୁସି ଦେଖାଦେଇଛି।