• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ନିଖୋଜ ଥିବା ୪ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠାଇ ନେଇଛି ସମ୍ବଲପୁର ପୋଲିସ । ଜମତରା ଗ୍ୟାଙ୍ଗରେ ସଂପୃକ୍ତି ସନ୍ଦେହରେ ସେମାନଙ୍କୁ ପୋଲିସ ଉଠାଇ ନେଇଥିବାର ଶୁଣିବାକୁ ମିଳୁଛି । ଏହି ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଟ୍ରାକ୍ କରୁ କରୁ ଏହି ୪ ଛାତ୍ରଙ୍କ ସଂପର୍କରେ ସୁରାଗ ମିଳିଥିବାର କୁହାଯାଉଛି । ଏମାନେ ସେହି ଗ୍ୟାଙ୍ଗ ସଦସ୍ୟଙ୍କ ପାଖରେ ଥିଲେ । ତେଣୁ ପୋଲିସ ସନ୍ଦେହ କରୁଛି, ଏହି ଇଂଜିନିୟରିଂ ଛାତ୍ରମାନେ ଜମତରା ଗ୍ୟାଙ୍ଗ ସହିତ ସଂପୃକ୍ତ ଥାଇପାରନ୍ତି ।

ଅଭିଯୁକ୍ତ ମାନଙ୍କ ଘର ଝାଡ଼ଖଣ୍ଡରେ ବୋଲି ସୂଚନା ମିଳିଛି । ଏକ ଘରୋଇ କଲେଜରେ ସେମାନେ ପାଠ ପଢୁଥିଲେ । ଗତ ୧୧ ତାରିଖରୁ ଏମାନେ ଖଣ୍ଡଗିରି ଅଞ୍ଚଳରୁ ନିଖୋଜ ହୋଇ ଯାଇଥିବାର ସୂଚନା ମିଳିଥିଲା । ଏ ସଂପର୍କରେ ପରିବାର ଲୋକେ ତମାଣ୍ଡୋ ଥାନାରେ ଏତାଲ ଦେବା ସହିତ ପୋଲିସ କମିଶନରଙ୍କୁ ମଧ୍ୟ ଭେଟିଥିଲେ ।

ପୂର୍ବରୁ ଜମତରା ଗ୍ୟାଙ୍ଗର ୩ ଠକ ଭୁବନେଶ୍ୱରରୁ ଗିରଫ ହୋଇଥିଲେ । ଏମାନଙ୍କ କ୍ୱାଲିଫିକେସନ୍ ନବମ ଫେଲ୍ ହେଲେ ମଧ୍ୟ ଦେଶର ୨୦ଟି ରାଜ୍ୟର ୧୭୧ଟି ସାଇବର ଲୁଟ୍ କରିଛନ୍ତି । ଭୁବନେଶ୍ୱର ରସୁଲଗଡ଼ ପାଖରୁ ୩ ଜଣ ଝାଡ଼ଖଣ୍ଡି ସାଇବର ଲୁଟେରା ଧରାପଡ଼ିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା । ଏମାନଙ୍କ ନିକଟରୁ ୧୧ଟି ମୋବାଇଲ, ୨ଟି ଲାପଟପ୍, ଗୋଟିଏ ଟ୍ୟାବ, ୩୩ ଟି ସିମ୍ ଜବତ ହୋଇଥିଲା ।

ଜବତ ହୋଇଥିବା ୩୩ଟି ସିମ୍ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର । ଏମାନେ ବ୍ୟାଙ୍କ କଷ୍ଟମର ମାନଙ୍କ ଡାଟା କିଣି ସେମାନଙ୍କୁ ବଲ୍କ ଏସ୍ଏମ୍ଏସ୍ ପଠାଉଥିଲେ । ଯିଏ ଲିଙ୍କରେ କ୍ଲିକ୍ କରୁଥିଲା, ତାହାକୁ ଫଲ୍ଅପ କରି ଟଙ୍କା ଟ୍ରାନ୍ସଫର କରୁଥିଲେ । ଟଙ୍କା ଟ୍ରାନ୍ସଫର ପାଇଁ ପେଟିଏମ୍, ଗୁଗୁଲ୍ ପେ, କିମ୍ବା ଫୋନ୍ ପେ ବ୍ୟାବହାର କରୁଥିଲେ । ଏହି ୩୩ଟି ସିମ୍‌ରେ ଏମାନେ ସାରା ଦେଶର ୨୦ଟି ରାଜ୍ୟରେ ୧୭୧ଟି ସାଇବର ଲୁଟ୍ କରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲା ।

ତେବେ ଏମାନେ କେଉଁଠୁ କଷ୍ଟମର ଡାଟା କିଣୁଥିଲେ ତାହାର ତଦନ୍ତ ଚାଲିଛି । ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ ଟିମ୍ କୋଲକାତା ଓ ଝାଡ଼ଖଣ୍ଡ ଯାଇପାରେ ବୋଲି ଏଡିଜି ସୂଚନା ଦେଇଛନ୍ତି ।