Advertisment

ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ସୋସିଆଲ୍‌ ମିଡିଆରେ ଏମିତି ଫଟୋ ଶେଆର କରିଥିଲେ ମହିଳା ଡାକ୍ତର

ହିମାଚଳ ପ୍ରଦେଶ କିନୌରରେ ଗତକାଲି ଘଟିଥିବା ଭୂସ୍ଖଳନ ସହ ଯୋଡ଼ି ହୋଇଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଖୁସି ମନାଇବାକୁ ଆସିଥିବା ଲୋକଙ୍କ ଅକାଳ ବିୟୋଗ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ସୋସିଆଲ୍‌ ମିଡିଆରେ ଏମିତି ଫଟୋ ଶେଆର କରିଥିଲେ ମହିଳା ଡାକ୍ତର

doctor deepa sharma

Advertisment

ଶିମ୍‌ଲା: ହିମାଚଳ ପ୍ରଦେଶ କିନୌରରେ ଗତକାଲି ଘଟିଥିବା ଭୂସ୍ଖଳନ ସହ ଯୋଡ଼ି ହୋଇଥିବା ଏକ ହୃଦୟ ବିଦାରକ ଘଟଣଶ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଖୁସି ମନାଇବାକୁ ଆସିଥିବା ଲୋକଙ୍କ ଅକାଳ ବିୟୋଗ ହୋଇଥିଲା। କିନୌରର ଭୂସ୍ଖଳନରେ ମୋଟ୍ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଆୟୁର୍ବେଦିକ ଡାକ୍ତର ଅଛନ୍ତି। ତାଙ୍କ ନାଁ ଡାକ୍ତର ଦୀପା ଶର୍ମା।

ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା ଥିବା ୩୪ ବର୍ଷୀୟ ଦୀପା ପ୍ରଥମ ଥର ପାଇଁ ଏକାକୀ ଯାତ୍ରା କରିଥିଲେ। କିନୌରରେ ବୁଲୁଥିବା ବେଳେ ଲଗାତାର ଭାବେ ସେ ସମସ୍ତ ଫଟୋ ଟ୍ୱିଟରରେ ଶେଆର ମଧ୍ୟ କରୁଥିଲେ। ହେଲେ କାହାକୁ ଜଣାନଥିଲା, ଦୀପାଙ୍କର ଏହି ଖୁସି ଅଳ୍ପ ସମୟ ପାଇଁ ଥିଲା ଓ ତାଙ୍କର ଏହି ଯାତ୍ରା ଶେଷ ଯାତ୍ରା ହୋଇଯିବ। ଭୂସ୍କଳନର କିଛି ମିନିଟ ପୂର୍ବରୁ ଦୀପା ଟ୍ୱିଟରରେ ସେଠାକାର ଫଟୋ ପୋଷ୍ଟ କରିଥିଲେ। ଭାରତ-ତିବ୍ଦତିୟାନ୍‌ ବର୍ଡର ପୋଲିସ୍‌ ଫୋର୍ସର ନାଗସ୍ତି ପୋଷ୍ଟ ପାଖରୁ ସେ ଫଟୋ ଉଠାଇ ଅପଲୋଡ୍ କରିଥିଲେ। ଫଟୋଟିକୁ ଦୀପା ଦିନ ୧୨ଟା ୫୯ ମିନିଟ୍‌ରେ ପୋଷ୍ଟ କରିଥିବା ବେଳେ ଏହାର ମାତ୍ର ୨୬ ମିନିଟ୍ ପରେ ଅର୍ଥାତ୍ ୧ଟା ୨୫ ମିନିଟ୍‌ରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। 

Advertisment

ଜୁଲାଇ ୨୪ରେ ପାହାଡ଼ ଉପରେ ଛିଡ଼ା ହୋଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିବା କିଛି ଫଟୋ ମଧ୍ୟ ସେ ଶେଆର କରିଥିଲେ। ଫଟୋରେ ସେ ବେଶ୍‌ ଖୁସି ଥିବା ନଜର ଆସିଥିଲେ। ଦୀପା ପୋଷ୍ଟ କରିଥିବା ଏସବୁ ପୋଷ୍ଟକୁ ସେତେବେଳେ ତାଙ୍କ ଫଲୋର୍ସ ଲାଇକ୍ କରିବା ସହ କମେଣ୍ଟ ବି ଦେଉଥିଲେ। ହେଲେ କେହି ଜାଣିନଥିଲେ, ଦୀପାଙ୍କର ଏହିସବୁ ପୋଷ୍ଟ ଶେଷ ପୋଷ୍ଟ ହୋଇଯିବ। ଏକ ପୋଲ ନିକଟରେ ବୁଲୁଥିବାବେଳେ ଭୂସ୍କଳନ ହେବା ଯୋଗୁ ତାଙ୍କ ଉପରେ ଏକ ପଥର ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। 

ସୂଚନାଥାଉ କି, ଗତକାଲି ଅପରାହ୍ଣ ପାଖାପାଖି ସାଢ଼େ ୧ଟାରେ କିନୌରରେ ଏହି ଭୂସ୍ଖଳ ହୋଇଥିଲା। ସାଂଗଲା-ଛିତକୁଲ ରୋଡ୍‌ରେ ହଠାତ୍‌ ପାହାଡ଼ରୁ ପଥର ଖସିବା ଆରମ୍ଭ କରିଥିଲା। ଧୀରେ ଧୀରେ ଏହି ପଥର ସବୁ ତଳକୁ ଖସି ତାଣ୍ଡବ ରୂପ ନେଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Himachal Pradesh Landslide
Advertisment
Advertisment