/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656144707.jpg)
Special story
ହେଲ୍ମେଟ ପିନ୍ଧି ନଥିବାରୁ ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ । ବିନା ହେଲମେଟରେ ବାଇକରେ ବସିବା ଅଭିଯୋଗରେ ତାଙ୍କୁ ଫାଇନ୍ ଦେବାକୁ ପଡ଼ିଛି । ଗଣଶିକ୍ଷା ମନ୍ତ୍ରୀଙ୍କୁ ପଛରେ ବସାଇ ବାଇକ ଚଳାଉଥିଲେ ବିଧାୟକ ସ୍ୱରୂପ ଦାସ । ବିଭିନ୍ନ ସ୍କୁଲକୁ ଯାଞ୍ଚ ପାଇଁ ଯିବା ବେଳେ ସେମାନେ ଧରାପଡ଼ିଛନ୍ତି ।
ଆଇନ୍ ଭଙ୍ଗ କରିଥିବାରୁ ଉଭୟଙ୍କୁ ଜରିମାନା କରାଯାଇଛି । ଏଥିପାଇଁ ବାଇକ୍ ମାଲିକଙ୍କ ନାଁରେ ୧ ହଜାର ଟଙ୍କାର ଚାଲାଣ କାଟିଥିଲା ଟ୍ରାଫିକ ପୋଲିସ । ତେଣୁ ଟ୍ରାଫିକ ଥାନାରେ ପହଞ୍ଚି ୧ ହଜାର ଟଙ୍କା ଫାଇନ ଦେଇଥିଲେ । ଆଜି ସକାଳେ ବାଲେଶ୍ୱରରେ ଏହି ଘଟଣା ଘଟିଛି ।
ସୂଚନାଯୋଗ୍ୟ ଆଜି ବାଲେଶ୍ୱର ହେମକାପଦା ଛକରେ ଜଣେ ସାଧାରଣ ବ୍ୟକ୍ତି ଉଭୟ ମନ୍ତ୍ରୀ ଓ ବିଧାୟକଙ୍କୁ ଅଟକାଇ ହେଲମେଟ୍ ନପିନ୍ଧି କେମିତି ଯାଉଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ । ପରେ ଟ୍ରାଫିକ ପୋଲିସ ତରଫରୁ ମଧ୍ୟ ଉଭୟଙ୍କୁ ହେଲମେଟ୍ ପିନ୍ଧିନଥିବା ନେଇ ଫୋନ୍ ଆସିଥିଲା।
ଏହାପରେ ବିଧାୟକ ଓ ମନ୍ତ୍ରୀ ନିଜ ଭୁଲ୍କୁ ସ୍ୱୀକାର କରିଥିଲେ । ଟ୍ରାଫିକ୍ ପୋଲିସ ଥାନାକୁ ଯାଇ ଏକ ହଜାର ଟଙ୍କା ଫାଇନ୍ ଦେଇଥିବା ବିଧାୟକ ସ୍ୱରୂପ ଦାସ କହିଛନ୍ତି । ଉକ୍ତ ଚାଲାଣଟି ବାଇକ୍ ମାଲିକ ପଙ୍କଜ ଅଗ୍ରୱାଲଙ୍କ ନାଁରେ କଟାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)