Advertisment

ବୁଲ୍‌ଡୋଜର ତିଆରି କରୁଛି ଆମ୍‌ଲେଟ୍ ଆଉ ଦେଉଛି ଷ୍ଟଣ୍ଟ୍

ଭାଇରାଲ୍ ହେଉଛି ବୁଲ୍‌ଡୋଜର୍ ଭିଡିଓ। କେଉଁ ବୁଲଡୋଜର ଗ୍ୟାସ୍ ଲଗେଇ ରୋଷେଇ କରୁଛି ତ ପୁଣି କିଏ ଆମଲେଟ୍ ତିଆରି କରୁଛି। ଏମିତି ବି ବୁଲଡୋଜର ଅଛି ଯାହାକୁ ଷ୍ଟଣ୍ଟ ଦେବା ଦେଖାଯାଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Men doing stunts on bulldozer

Men doing stunts on bulldozer

ସାଧାରଣତଃ ଆମେ ଦେଖିଛେ ଯେ ରାସ୍ତା, ଘର କିମ୍ବା କୋଠା ନିର୍ମାଣ ସମୟରେ ବୁଲଡୋଜର ବ୍ୟବହୃତ ହୁଏ, ଯାହା ବାଲି, ଗେଟି କିମ୍ବା ବଡ ପଥର ଉଠାଇଥାଏ। କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ବୁଲଡୋଜରର ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଭାଇରାଲ୍ ଭିଡିଓରେ, ବୁଲଡୋଜର ଚଳାଉଥିବା ଡ୍ରାଇଭର ଏହା ସହିତ ବିଭିନ୍ନ ଷ୍ଟଣ୍ଟ କରୁଥିବା ଦେଖାଯାଉଛି। ଏଠାରେ ବୁଲଡୋଜରର ଆମଲେଟ୍ ତିଆରି କରୁଛି, କାଚ ଗ୍ଲାସକୁ କଞ୍ଜୁଛି, ଏହା ସହ ଆହୁରି ଅନେକ ଚମତ୍କାର ଷ୍ଟଣ୍ଟ ଦେଉଥିବା ଦେଖାଯାଉଛି।

Advertisment

ଟ୍ୱିଟରରେ Next Level Skills ନାମ ଏକ ପେଜ୍‌ରେ ଏକ ଭିଡିଓ ଶେୟାର କରାଯାଇଥିବା ବେଳେ ଯେଉଁଥିରେ କ୍ୟାପ୍‌ସନ୍‌ରେ ଦିଆଯାଇଛି 'ଯେତେବେଳେ ଖନନକାରୀ ନିଜର ଦକ୍ଷତା ପ୍ରଦର୍ଶନ କରେ।' ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ବୁଲଡୋଜର ଚଳାଉଥିବା ବ୍ୟକ୍ତି ମେସିନ୍ ଦ୍ୱାରା ବିଭିନ୍ନ କୌଶଳ ପ୍ରଦର୍ଶନ କରୁଛନ୍ତି। କେଉଁ ବୁଲଡୋଜର ପାଣି ସହିତ ମଜାଳିଆ ଷ୍ଟଣ୍ଟ୍‌ ଦେଉଛି ତ ପୁଣି କେଉଁ ବୁଲଡୋଜର୍ ଗ୍ୟାସ ଲଗେଇ ରାନ୍ଧିବା ଆରମ୍ଭ କରୁଛି।

ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ବୁଲଡୋଜର ମେସିନ୍‌କୁ ପୂରା ୩୬୦ ଡିଗ୍ରୀ ଘୂରେଇ ଦେଉଥିବା ନଜର ଆସେ। ଆଉ କୋଉ ବୁଲଡୋଜର ଆଇଫୋନ ବ୍ୟବହାର କରୁଥିବା ଦେଖାଯାଏ। ଖାଲି ସେତିକି ନୁହେଁ, ବୁଲଡୋଜର ଚାଳକ ନିଜ କୌଶଳରେ ମେସିନ୍‌କୁ ଡ୍ୟାନସିଂ ମୁଭ୍ ଦେଉଥିବା ଦେଖାଯାଏ। ସେହିଭଳି ଅନେକ ବୁଲଡୋଜରର ମଜାଳିଆ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଗୋଟିଏ କ୍ଲିପ୍‌ରେ ଜଣେ ବ୍ୟକ୍ତି ବୁଲଡୋଜର ସହିତ ବୋତଲ ଉଠାଉଥିବା ବେଳେ ଅନ୍ୟ ଜଣେ କାଚ ଗ୍ଲାସ ସଂଗ୍ରହ କରୁଥିବା ଦେଖିବାକୁ ମିଳେ।

Advertisment

ସୋସିଆଲ ମିଡିଆରେ ବୁଲ୍‌ଡୋଜର ଏହିସବୁ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ୬.୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ନେଟିଜେନ୍‌ମାନେ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ଜଣେ କହିଛନ୍ତି ଏହି କୌଶଳ କେବେ ବି ଲୁଚି ରହିବନି। ଏହିପରି ଅନେକ ସକରାତ୍ମକ ପ୍ରତିକ୍ରିୟା ଆସୁଛି।

Viral Video Trending News
Advertisment
Advertisment