Advertisment

ଆସିବ ଔଷଧ; ଆଉ ପ୍ରତାରଣା କରିପାରିବେ ନାହିଁ ପୁରୁଷ

ଆଗକୁ ଆସୁଛି ପ୍ରେମର ଦିନ। ଅନେକ ପ୍ରେମ ଚିରସ୍ଥାୟୀ ହୋଇଥିବା ବେଳେ କେତେକ ପ୍ରେମରେ ଦେଖାଦିଏ ପ୍ରତାରଣା। ସମସ୍ତେ ପ୍ରତାରଣା ଦେଉ ନଥିବା ବେଳେ କିଛି କରିଥାନ୍ତି ଏମିତି। ତେବେ କିଏ ଓ କାହିଁକି ଦେଇଥାନ୍ତି ପ୍ରତାରଣା ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Medicine to control men from cheating their female partner

Medicine to control men from cheating their female partner

ପ୍ରେମ ହେଉଛି ଦୁନିଆର ସବୁଠାରୁ ପବିତ୍ର ଅନୁଭବ। ପ୍ରେମ ହେଉଛି ଏକମାତ୍ର ଜିନିଷ ଯାହା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣକୁ ବାନ୍ଧି ରଖିଥାଏ। କିନ୍ତୁ ଏହା ପ୍ରାୟତଃ ଦେଖାଯାଏ ଯେ ଯେତେବେଳେ ସ୍ୱାମୀ-ସ୍ତ୍ରୀ ବା ପ୍ରେମିକ-ପ୍ରେମିକା ମଧ୍ୟରେ ପ୍ରେମ କମିବା ଆରମ୍ଭ କରେ, ସେତେବେଳେ ପରସ୍ପର ମଧ୍ୟରେ ଦୂରତା ବଢିବାକୁ ଲାଗେ। ଏପରି ସ୍ଥିତିରେ, ପ୍ରେମ ବଦଳରେ ଝଗଡା ଆରମ୍ଭ ହୁଏ। ସମ୍ପର୍କ ଖରାପ ହେବାକୁ ଲାଗେ। ଦୂରତା ଏତେ ବଢିଯାଏ ଯେ ତୃତୀୟ ବ୍ୟକ୍ତି ସେମାନଙ୍କ ସଂପର୍କରେ ଦଖଲ କରିବା ଆରମ୍ଭ କରେ।

Advertisment

ଯଦିଓ ସମ୍ପର୍କରେ ମତଭେଦ ହେବାର ଅନେକ କାରଣ ରହିଛି, କିନ୍ତୁ ଏହା ପ୍ରାୟତଃ ଦେଖାଯାଏ ଯେ ପୁରୁଷମାନେ ନିଜ ସାଥୀକୁ ଛାଡି ଅନ୍ୟ ଜଣେ ମହିଳା ବନ୍ଧୁଙ୍କ ପ୍ରତି ଆକର୍ଷିତ ହେବା ଆରମ୍ଭ କରନ୍ତି। ଏହାର ଅନେକ କାରଣ ମଧ୍ୟ ହୋଇପାରେ। ଯଦିଓ ସବୁ ପୁରୁଷ ସମାନ ନୁହଁନ୍ତି, କିନ୍ତୁ ଅନେକ ଜାଗାରେ ଏହା ଦେଖାଯାଏ ଯେ କିଛି ଦିନ ପରେ ପୁରୁଷମାନେ ସେମାନଙ୍କର ପାର୍ଟନରଙ୍କ ଠାରୁ ଆଉ ସେହି ଆକର୍ଷଣ ପାଆନ୍ତି ନାହିଁ ଯାହା ପୂର୍ବରୁ ପାଉଥିଲେ। ଏଭଳି ପରିସ୍ଥିତିରେ ମହିଳାମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। କିନ୍ତୁ ମହିଳାମାନେ ବର୍ତ୍ତମାନ ଭୟଭୀତ ହେବାର କିଛି ନାହିଁ। ଯେଉଁ ମହିଳାମାନେ ପ୍ରେମରେ ପ୍ରତାରିତ ହେବାର ଭୟ ଥାଏ ସେମାନଙ୍କ ପାଇଁ ଏକ ଖୁସି ଖବର। ଆସନ୍ତୁ ଜାଣିବା।

ପୁରୁଷ କାହିଁକି କରେ ପ୍ରତାରଣା:

ବୈଜ୍ଞାନିକମାନେ ସେହି ପୁରୁଷମାନଙ୍କ ପାଇଁ ଏକ ନିଆରା ଔଷଧ ତିଆରି କରିବାକୁ ଯୋଜନା କରିଛନ୍ତି, ଯେଉଁମାନେ ନିଜ ପତ୍ନୀ କିମ୍ବା ପ୍ରେମିକା ସହିତ ପ୍ରତାରଣା କରନ୍ତି। ରିପୋର୍ଟ ଅନୁଯାୟୀ, ଏଣ୍ଡୋକ୍ରାଇନ୍ ସୋସାଇଟିର ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଏଣ୍ଡୋକ୍ରିନୋଲୋଜି ଏବଂ ମେଟାବୋଲିଜିମ୍‌ରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ହାଇପର୍‌ସେକ୍ସୁଆଲ୍ ନାମକ ଏକ ରୋଗ ଥିବା ପୁରୁଷମାନେ ନିଜ ସାଥୀଙ୍କୁ ଅଧିକ ପ୍ରତାରଣା କରନ୍ତି ବୋଲି ଦାବି କରିଛନ୍ତି।

Advertisment

ପ୍ରତାରଣ ପଛର ରହସ୍ୟ:

ପୁରୁଷ ଓ ମହିଳାଙ୍କ ଶରୀରରେ ହରମୋନ୍ ଅକ୍ସିଟୋସିନ୍ ମିଳିଥାଏ। ସାଧାରଣତଃ ଏହାକୁ ଲଭ୍ ହର୍ମୋନ୍ ମଧ୍ୟ କୁହାଯାଏ। ଏହି ହରମୋନ୍ ହେତୁ ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢିଥାଏ। ଯେତେବେଳେ ଏହି ହରମୋନର ପରିମାଣ ବଢେ ସେତେବେଳେ ଏପରି ସମସ୍ୟା ଦେଖାଦିଏ। ଫଳରେ ଜଣେ ବ୍ୟକ୍ତି ଏକରୁ ଅଧିକ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୁଏ।

ଏହି ଅନୁସନ୍ଧାନ ସମୟରେ, ୧୦୦ଜଣ ପୁରୁଷଙ୍କୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୬୪ ଜଣ ପୁରୁଷ ଥିଲେ ଯେଉଁମାନଙ୍କ ମଧ୍ୟରେ ହାଇପରସେକ୍ସୁଆଲ୍ ସମସ୍ୟା ଅଧିକ ଦେଖିବାକୁ ମିଳିଥିଲା। କିନ୍ତୁ ବାକି ୩୬ ଜଣ ପୁରୁଷ ସାଧାରଣ ଥିଲେ, ଅର୍ଥାତ୍ ଶରୀରରେ ସେପରି କୌଣସି ଅସୁବିଧା ନ ଥିଲା।

କେଉଁମାନେ କରନ୍ତି ପ୍ରତାରଣା:

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଶରୀରରେ ଅଧିକ ପରିମାଣର ଅକ୍ସିଟୋସିନ୍ ହେତୁ ଲୋକମାନେ ନିଜ ସାଥୀଙ୍କୁ ପ୍ରତାରଣା କରନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଅକ୍ସିଟୋସିନ୍ ଏବଂ ହାଇପରସେକ୍ସୁଆଲିଟି ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି। ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ଦାବି କରନ୍ତି ଯେ ଯଦି ଆମେ ଏପରି ଔଷଧ ତିଆରି କରୁ, ତେବେ ଶରୀରରେ ଅକ୍ସିଟୋକିକ୍ ପରିମାଣ ହ୍ରାସ ହୋଇପାରେ। ଫଳରେ ପୁରୁଷମାନେ ମହିଳାଙ୍କୁ ପ୍ରତାରଣା କରିପାରିବେ ନାହିଁ।

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଯେଉଁ ପୁରୁଷମାନଙ୍କ କ୍ଷେତ୍ରରେ କଗ୍‌ନିଟିଭ୍‌ ବିହେବିୟର ଥେରାପି କରାଯାଇଥିଲା ସେମାନଙ୍କ ଅକ୍ସିଟୋସିନ୍ ଏବଂ ହାଇପର୍‌ସେକ୍ସୁଆଲ୍ ଡିସ୍‌ଅର୍ଡର ପରିମାଣକୁ ହ୍ରାସ କରାଯାଇପାରିଥିଲା। ତେବେ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ବିନା ଔଷଧରେ ଅକ୍ସିଟୋସିନ୍ ପରିମାଣ ହ୍ରାସ କରାଯାଇପାରେ।

Ajab Gajab
Advertisment
Advertisment