• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖବର ପ୍ରସାରଣ ପରେ ଝାଡ଼ାବାନ୍ତି ବ୍ୟାପୁଥିବା ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍ । ନଦୀରେ ଅସ୍ଥାୟୀ ପୋଲ କରି ଡାକ୍ତରୀ ଟିମ୍ ନବରଙ୍ଗପୁର ପାପଡ଼ାହାଣ୍ଡି ତୁଳସୀପଦର ଗାଁରେ ପହଞ୍ଚିଛନ୍ତି । ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ନଦୀ ଉପରେ ଏକ ବିଦ୍ୟୁତ୍ ଖୁଣ୍ଟ ଏବଂ କାଠ ଗରଡ଼ା ପକାଯାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି ।

ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ମିଳିବା ପରେ ଗାଁ ଲୋକେ ଖୁସି ପ୍ରକାଶ କରିଥିଲେ ମଧ୍ୟ ଗାଁକୁ ରାସ୍ତା ଏବଂ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି । ନଦୀରେ ବନ୍ୟା ଆସିବା ଯୋଗୁଁ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ପାରିନଥିଲା । ଏଭଳି ସ୍ଥିତିରେ ଭରା ନଦୀର ଗୋଟିଏ ପଟରୁ ଆର ପାରିକୁ ପଲିଥିନରେ ମେଡିସିନ ବାନ୍ଧି ଗାଁ ଲୋକଙ୍କ ପାଖକୁ ଫୋପାଡି ପହଞ୍ଚାଇବାରେ ସଫଳ ହୋଇଥିଲେ ଡାକ୍ତରୀ ଦଳ ।

 

ଏଥିସହ ନଦୀ ଆରପାର୍ଶ୍ୱରେ ରହି ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନତ କରାଇଥିଲେ । ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥଠାରୁ ପ୍ରାୟ ଦେଢ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ । ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳୁସୀପଦର ନଦୀରେ ପ୍ରାୟ ୪ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିର ସ୍ରୋତ ପ୍ରଖୋର ରହିଛି ।