‘ଜାଗା ମିଶନ’ରେ ମିଳୁନି ଜାଗା; ଛପର ଘରକୁ ପଲିଥିନ ସାହା

ଜମି ହୀନ ଓ ଅସହାୟ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ସାଙ୍ଗକୁ ପକ୍କା ଘର ପ୍ରଦାନ ପାଇଁ ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ। ମୟୂରଭଞ୍ଜ ଉଦଳା ଏନଏସିର ତେଲି ସାହିରେ ବସବାସ କରୁଥିବା ଆଦିବାସୀଙ୍କୁ ଜୀବନ ଶୈଳୀ ଓ ମାଳ ମାଳ ସମସ୍ୟାର ଚିତ୍ର ଦେଖିଲେ ମନେ ହେଉଛି ସରକାରୀ ଯୋଜନା ସବୁ ଏମାନଙ୍କ ପାଇଁ ସାତ ସପନ..

Mayurbhanj locals deprived of getting land unde ‘Jaga Mission’ in Udala

ଝାଟିମାଟିର ଘରେ ବିତୁଛି ଅଭାବି ମଣିଷର ଜୀବନ । ନୂଆଁଣିଆ ଚାଳ ଛପର ଘରକୁ କେବଳ ଜରି ପାଲ ହିଁ ଭରସା । ଝଡ଼ ବତାସ ଆସିଲେ ଘରର ଚାଳ ଉଡ଼ିଯାଏ । ସହରାଞ୍ଚଳରେ ରହି ମଧ୍ୟ ଅଭାବ ଅନଟନରେ କଟୁଛି ଦିନ । ଏଭଳି ଅଭାବି ମଣିଷକୁ ରହିବା ଯୋଗ୍ୟ ପକ୍କା ଘରଟିଏ ଯୋଗାଇ ଦେବାକୁ ଆରମ୍ଭ ହୋଇଛି 'ଜାଗା ମିଶନ' । ଜାଗା ମିଶନରେ ଭୂମିହୀନ ମାନଙ୍କ ପାଇଁ ଚାରି ଡ଼ିସିମିଲ ଜାଗା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ପରିତାପର ବିଷୟ ଯେ, ମୟୂରଭଞ୍ଜ ଉଦଳା ଏନଏସି ତେଲି ସାହିର ଏହି ଆଦିବାସୀ ପରିବାର ଏହାର ଫାଇଦା ପାଇପାରୁନାହାନ୍ତି । କାହିଁକିନା ଏଥିପାଇଁ ବାଧକ ସାଜିଛି ସ୍ଥାୟୀ ପଟ୍ଟା ।

ଅଧିକ ପଢ଼ନ୍ତୁ: ‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

୬୦ ବର୍ଷରୁ ଉର୍ଦ୍ଧ ଧରି ରହି ଆସୁଥିବା ଜନବସତିରେ ସ୍ଥାୟୀ ପଟ୍ଟା ମୁଖ୍ୟ ସମସ୍ୟାର କାରଣ ପାଲଟିଛି । ସ୍ଥାୟୀ ପଟା ନମିଳିବା ଯୋଗୁଁ ସରକାଙ୍କର ଆବାସ ଯୋଜନା ସେମାନଙ୍କ ପାଇଁ ସାତ ସପନ । ବାସ୍ତବରେ ରାଜ୍ୟ ସରକାରଙ୍କର ‘ଜାଗା ମିଶନ’ କେତେ ଦୂର ଫଳପ୍ରଦ ହୋଇପାରିଛି ଏହି ତେଲିସାହି ଗ୍ରାମକୁ ଦେଖିଲେ ଜଣାପଡିବ । ନିର୍ବାଚନ ଆସିଲେ ଗ୍ରାମବାସୀଙ୍କୁ ମିଳିଥାଏ ପ୍ରତିଶୃତି । ନିର୍ବାଚନ ଶେଷହେଲେ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଥାଏ ।

ସମସ୍ୟା ସମ୍ପର୍କରେ ଅବଗତ ଥିବା ବେଳେ ଖୁବ ଶୀଘ୍ର ସରକାରୀ ପ୍ରକ୍ରିୟା ଅନୁଯାଇ ପଟ୍ଟା ପ୍ରଦାନ କରାଯିବ ବୋଲି କହିଛନ୍ତି ଉଦଳା ଏନଏସି ଉପାଧ୍ୟକ୍ଷା ଲିଲି ଭୋଳ।