• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚାଷୀଙ୍କୁ ଘାରିଛି ମଣ୍ଡି ଅବ୍ୟବସ୍ଥା । ମଣ୍ଡିରେ ଶହଶହ ବସ୍ତା ଧାନ ପଡି ପଡି ଗଜା ହେଉଥିବାବେଳେ ମିଲର ଧାନ ଉଠାଉନଥିବାରୁ ସୋସାଇଟି ମଧ୍ୟ ଧାନ କିଣୁନାହାନ୍ତି । ଏହାର ଫାଇଦା ଉଠାଇ ଅସାଧୁ ଧାନ ବେପାରୀ କମ୍ ଦାମରେ ଚାଷୀଙ୍କ ଧାନ କିଣି ମାଲାମାଲ୍ ହେଉଛନ୍ତି । ଭଦ୍ରକ ଜିଲ୍ଲ ପଳାଶପୁର ସୋସାଇଟିରୁ ଏଭଳି  ଘଟଣା ସାମ୍ନାକୁ ଆସିଛି ।

କେବଳ ପଳାଶପୁର ନୁହେଁ ଗୋବିନ୍ଦପୁର, ଭାଟପଡ଼ା, ମତୋର ପାଖାପାଖି ୭ଟି ସୋସାଇଟିରେ ୧୨ଶହରୁ ଉର୍ଦ୍ଧ୍ୱ ଚାଷୀଙ୍କ ୬ ହଜାରରୁ ଅଧିକ ଧାନବସ୍ତା ବିକ୍ରି ନହୋଇ ବିଭିନ୍ନ ସୋସାଇଟି ଗୋଦାମ ଓ ବାହାରେ ଏମିତି ଗଛିତ ହୋଇ ରହିଛି ।

ସୂଚନା ଅନୁସାରେ, ଗୋଟିଏ ପଟେ ସୋସାଇଟିକୁ ଦୌଡ଼ିଦୌଡ଼ି ଚାଷୀ ହତାଷ ହେଇ ମଧ୍ୟ ଧାନ ବିକିପାରୁନି । ବେଆଇନ ଭାବେ ଧାନ ମଣ୍ଡି ଖୋଲିଥିବା ଉଗ୍ରତାରା, ମତୋ, ଖେରଙ୍ଗ, ଘଣ୍ଟେଶ୍ୱର, ଜଶିପୁର ଆଦି ଅଂଚଳର ୩୦ରୁ ଅଧିକ ବ୍ୟବସାୟୀ ଏହାର ଫାଇଦା ନେଉଛନ୍ତି । ସରକାର କୁଇଣ୍ଟାଲ ପିଛା ୧୯୪୦ଟଙ୍କା ଦର ଧାର୍ଯ୍ୟ କରିଥିବା ବେଳେ ମାତ୍ର ୧୨ଶହରୁ ୧୩ଶହ ଟଙ୍କାରେ ଚାଷୀଙ୍କ ଧାନକିଣି ମାଲାମାଲ ହେଉଛନ୍ତି । ଏନେଇ ତଦନ୍ତ କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।