Advertisment

ଘର ଗୋଟିଏ, ହେଲେ ହିତାଧିକାରୀ ତିନି ଜଣ : ଗୋଟିଏ ଘରକୁ ଦେଖାଇ ୧୬ ଲକ୍ଷ ହଡ଼ପ

ଆଶ୍ଚର୍ଯ୍ୟର କଥା ହେଲା ହିତାଧିକାରୀମାନେ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ। ସେମାନେ ହେଲେ ବିଚିତ୍ରାନନ୍ଦ ଜେନା, ତାଙ୍କ ପତ୍ନୀ ଅନନ୍ୟା ରାଉତରାୟ ଓ ପୁଅ ବିଶ୍ୱଜିତ ରାଉତରାୟ।

author-image
Prangyan Parimita
undefined

PMAY scheme

ଘର ଗୋଟିଏ । ହେଲେ ସରକାରୀ ଯୋଜନା ହାତେଇବାକୁ ଗୋଟିଏ ପରିବାର ଗୋଟିଏ ଘରକୁ ଦେଖାଇ ହାତେଇ ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସରକାରଙ୍କ ମତ୍ସ୍ୟ ପୋଖରୀ ଏବଂ ଗୋଦାମ ଗୃହ ଏଭଳି ୨ଟି ଯୋଜନାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ବ୍ଲକ ଗଡ଼ ହଳଦିଆ ପଞ୍ଚାୟତ ବସନ୍ତ ଗାଁର ତିନିଜଣ ହିତାଧିକାରୀଙ୍କୁ ଦେଇଛନ୍ତି ୧୬ ଲକ୍ଷ ଟଙ୍କା। ୨୦୧୮- ୧୯ ଆର୍ଥିକ ବର୍ଷରେ ଗୋଦାମ ଗୃହ ପାଇଁ ଜଣକା ୨ ଲକ୍ଷ ହିସାବରେ ୩ ଜଣଙ୍କୁ ୬ ଲକ୍ଷ ଏବଂ ମତ୍ସ୍ୟ ପୋଖରୀ ଯୋଜନାରେ ସେମାନଙ୍କ ମଧ୍ୟରୁ ଜଣକୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।

Advertisment

ଆଶ୍ଚର୍ଯ୍ୟର କଥା ହେଲା ହିତାଧିକାରୀମାନେ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ। ସେମାନେ ହେଲେ ବିଚିତ୍ରାନନ୍ଦ ଜେନା, ତାଙ୍କ ପତ୍ନୀ ଅନନ୍ୟା ରାଉତରାୟ ଓ ପୁଅ ବିଶ୍ୱଜିତ ରାଉତରାୟ। ଗୋଦାମ ଗୃହ ପାଇଁ ସେହି ଏକମାତ୍ର ଘରର ଆଗ, ପଛ ଏବଂ ପାର୍ଶ୍ୱ କାନ୍ଥରେ ଯୋଜନା ଏବଂ ହିତାଧିକାରୀଙ୍କ ନାମ ଲେଖି ୬ ଲକ୍ଷ ଟଙ୍କା ପାଇବା ସହିତ ୫୦ ଭାଗ ରିହାତି ଟଙ୍କା ହାତେଇ ନେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ପୁଅ ବିଶ୍ୱଜିତ ରାଉତରାୟ ଗୋଦାମ ଗୃହ ଯୋଜନାରେ ୨ ଲକ୍ଷ ପାଇବା ସହିତ ମତ୍ସ୍ୟ ପୋଖରୀ ଯୋଜନାରେ ଆଉ ୧୦ ଲକ୍ଷ ଟଙ୍କା ପାଇ ସେଥିରୁ ୫୦% ରିହାତି ସୁବିଧା ନେଇଛନ୍ତି ।

ପ୍ରଶ୍ନ ଉଠୁଛି ଗୋଟିଏ ପରିବାରକୁ ଭିନ୍ନଭିନ୍ନ ହିତାଧିକାରୀ ଦେଖାଇ କିଭଳି ଟଙ୍କା ଦିଆଗଲା? ତେବେ ହିତାଧିକାରୀମାନେ ଏଠାରେ ରହୁନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ବିଭାଗ କର୍ତ୍ତୃପକ୍ଷ।

Advertisment

ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ପାଇକତିଗିରିଆ ଗାଁରତ୍ରିନାଥ କୁମାର ବରାଳ । ୨୦୨୧-୨୨ରେ ସହକାରୀ ମୃତ୍ତିକା ସଂରକ୍ଷଣ ବିଭାଗରୁ କ୍ଷେତ ପୋଖରୀ ଯୋଜନା ପାଇଁ ହିତାଧିକାରୀ ଚିହ୍ନଟ ହେବା ସହିତ କାର୍ଯ୍ୟାଦେଶ ପାଇଥିଲେ। ନିଜ ଚାଷ ଜମି ଉପରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳା କାମ ବି ଆରମ୍ଭ କରିଥିଲେ। ପୋଖରୀ ଖୋଳା ବେଳେ ପଥର ପଡିବାରୁ ତ୍ରିନାଥ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ନିଜ ଖର୍ଚ୍ଚରେ ପଥର ବାହାର କରିଖୋଳା ହେଉଥିବା ପୋଖରୀ ଚାରିପଟେ ବାଡ ଦେଉଥିବା ବେଳେ ଟାଉନ ଥାନା ପୋଲିସ ତାଙ୍କ ସମସ୍ତ ପଥର ଖୋଳା ସାମଗ୍ରୀ ଜବତ କରିନେଇଛି।

ଏବେ ସେ ଥାନା, ଏସ୍ ପି ଅଫିସଠାରୁ ଆରମ୍ଭ କରି ଜିଲ୍ଳାପାଳଙ୍କ ଅଫିସ୍ ଧାଇଁ ଧାଇଁ ନୟାନ୍ତ ହେଲେଣି। ଧାର୍ଯ୍ୟ ସମୟ ଭିତରେ କାମ ନସରିଲେ ପ୍ରକଳ୍ପ ବାତିଲ ହୋଇଯିବ। ପ୍ରଶାସନ ତାଙ୍କ ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ ନନେଲେ ସେ ଆତ୍ମାହୂତି ଦେବେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଅନ୍ୟପଟେ ମୃତ୍ତିକା ସଂରକ୍ଷଣ ବିଭାଗ କହିଛି ଅଭିଯୋଗ ପାଇନାହୁଁ , ପାଇଲେ ସହଯୋଗ କରାଯିବ।

Pmay Scheme
Advertisment
Advertisment