Advertisment

ଦୁଲୁକିଲା ରାଜଧାନୀ...ଏକା ସାଙ୍ଗରେ ବାହା ହେଲେ ୨୫ ଯୋଡ଼ା ବର-କନିଆଁ

ବାହାଘର...ଆଜିକା ସମୟରେ କେତେ ଟଙ୍କା ଯେ ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ। ହେଲେ ଏଇ ବାହାଘର ବିନା ଯୌତୁକରେ ହେଉଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଇ ବାହାଘରରେ ରାଷ୍ଟ୍ରପତିଙ୍କ ଗାଁର ଝିଅ ବି ସାମିଲ ହୋଇଥିଲେ। କନିଆଁ ଲିଲିମତୀ ଆଉ ଭୁବନେଶ୍ବର ସାଲିହା ସାହିର ଗୋବିନ୍ଦଙ୍କ ମଧ୍ୟରେ ପଡିଥିଲା ହାତଗଣ୍ଠି ।

ଅଦ୍ୟତନ ହୋଇଛି
Mass Marriage Held In Bhubaneswar

Mass Marriage

Advertisment

ବାଜୁଥିଲା ବାଜା, ଦୁଲୁକୁଥିଲା ପୂରା ରାଜଧାନୀର ରାଜରାସ୍ତା l ରୋଷଣୀ କରି ଡିଜେର ତାଳେ ତାଳେ ନାଚି ନାଚି ରାମ ମନ୍ଦିରରେ ପହଞ୍ଚିଥିଲେ ଏକା ଥରକେ ୨୫ ଯୋଡ଼ା ବର। ଏପଟେ ହାତରେ ମେହେନ୍ଦୀ ଆଉ ପାଦରେ ଅଳତା ପିନ୍ଧି ସାତଜନ୍ମର ସାଥୀଙ୍କୁ ଅପେକ୍ଷା କରିଥିଲେ ୨୫ ଯୋଡ଼ା କନିଆ ।

Advertisment

ବାହାଘର...ଆଜିକା ସମୟରେ କେତେ ଟଙ୍କା ଯେ ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ। ହେଲେ ଏଇ ବାହାଘର ବିନା ଯୌତୁକରେ ହେଉଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଇ ବାହାଘରରେ ରାଷ୍ଟ୍ରପତିଙ୍କ ଗାଁର ଝିଅ ବି ସାମିଲ ହୋଇଥିଲେ। କନିଆଁ ଲିଲିମତୀ ଆଉ ଭୁବନେଶ୍ବର ସାଲିହା ସାହିର ଗୋବିନ୍ଦଙ୍କ ମଧ୍ୟରେ ପଡିଥିଲା ହାଟଗଣ୍ଠି ।

ଅଧିକ ପଢ଼ନ୍ତୁ: ଗୋଟିଏ ସ୍ଥାନରେ ୨୫ ଯୋଡ଼ା ବରକନ୍ୟା

ଲିଲି ଓ ଗୋବିନ୍ଦଙ୍କୁ ୪୦ ଛୁଇଁଲାଣି। ପ୍ରେମ କରି ବିବାହ କରିବାକୁ ଉଭୟ ସ୍ଥିର କରିଥିଲେ। ହେଲେ ଅଧିକ ବୟସ ଏବଂ ଆର୍ଥିକ ଅସୁବିଧା ତାଙ୍କ ପାଇଁ ସମସ୍ୟା ଭାବେ ଠିଆ ହେଲା। ହେଲେ ପ୍ରୟାସ ପାଇଁ ସେମାନେ ଏକାଠି ହୋଇପାରିଛନ୍ତି । ଠିକ୍ ସେମିତି ଭଦ୍ରକର ହରିଶ୍ ଚନ୍ଦ୍ର ଆଉ ମାନସୀ। ୪ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସଂପର୍କ। ହେଲେ ପରିବାର ବିବାହ ପାଇଁ ଅସମର୍ଥ ହେବାରୁ ପ୍ରୟାସ ସେମାନଙ୍କୁ ଏକାଠି କରିଛି।

Advertisment

ଅନେକ ସମୟରେ ପରିବାରର ଅସହମତି ତଥା ଯୌତୁକ ଓ ସାମାଜିକ ପ୍ରଥା କାରଣରୁ ଅନେକ ଯୁବକ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ପାରୁନାହାନ୍ତି। ତେଣୁ ପ୍ରେମୀଯୁଗଳଙ୍କୁ ଏକାଠି କରି ବିବାହ କରାଇବା ଲାଗି ଦାୟିତ୍ୱ ନେଇଛି ସାମାଜିକ ସଂଗଠନ ପ୍ରୟାସ। ଆଜି କି କାଲି ନୁହେଁ ୯ ବର୍ଷ ହେଲା ଏମିତି ଗଣ ବିବାହର ଆୟୋଜନ କରୁଛି ପ୍ରୟାସ। ଏବେ ସୁଦ୍ଧା ୨୨୭ ବିବାହ ସମ୍ପନ୍ନ ହୋଇଥିବା ବେଳେ ୧ ହଜାର ବିବାହ କରିବାକୁ ଲକ୍ଷ୍ୟ ରଖିଛି ପ୍ରୟାସ।  ଆଜିକାଲିକା ଦୁନିଆରେ କେହି କାହାକୁ ଟଙ୍କାଟିଏ ବି ଦେଉନାହାନ୍ତି। ହେଲେ ନିଜସ୍ୱ ଉଦ୍ୟମରେ ଏମିତି ଶହଶହ ଯୁବତ ଓ ଯୁବତୀଙ୍କୁ ବିବାହ କରିବାର ଯେଉଁ ସଂକଳ୍ପ ନେଇଛି ପ୍ରୟାସ ତାହା ନିଶ୍ଚୟ ସ୍ୱାଗତଯୋଗ୍ୟ....

Marriage Mass Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ