• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର : ତପସସ୍ୱିନୀଙ୍କୁ ଭର୍ସନା, ପ୍ରମିଳାଙ୍କୁ ଟାର୍ଗେଟ । ଗ୍ରୀଲ୍ ଭାଙ୍ଗି ତପସ୍ୱିନୀ ଘରେ ପଶିବା ପରେ ଏଭ ଭିଡିଓ ରିଲିଜ କରିଛନ୍ତି ସ୍ୱାମୀ ସୁମିତ୍‌ । ପୂର୍ବରୁ ଦୁଇ ଥର ଅଡ଼ିଓ ରିଲିଜ କରିବା ପରେ ଶେଷରେ ବାଧ୍ୟ ହୋଇ ଭିଡିଓ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଗତକାଲି ରାତି ତପସ୍ୱିନୀ ଓ ପ୍ରମିଳା ତ୍ରିପାଠୀ ଲୋକ ଲଗେଇ ଘର ଭାଙ୍ଗି ଭିତରେ ପଶିଗଲେ । ସବୁ କିଛି ପୋଲିସ୍ ସାମ୍ନାରେ ହୋଇଛି । ଆଇନ୍ ଅମାନ୍ୟ ହେଉଥିବାର ଦେଖୁଥିଲେ ସୁଦ୍ଧା ପୋଲିସ କିଛି କହିଲେନି । ଘର ଭିତରେ ପଶିବା ସହ ତପସ୍ୱିନୀ ପରିବାର ଲୋକଙ୍କୁ ଧମକ ଦେବାକୁ ଆରମ୍ଭ କରିଛି । ପରିବାର ଲୋକଙ୍କୁ ଓକିଲ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ବି ଭିତରକୁ ଛଡ଼ାଗଲା ନାହିଁ ।

ଘରେ ବାପା, ମା’ , ଜେଜେ ମା’ ସମସ୍ତେ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଏସବୁ କରି ତପସ୍ୱିନୀ ଓ ପ୍ରମିଳା ତ୍ରିପାଠୀଙ୍କୁ କି ଲାଭ ମିଳୁଛି ବୋଲି ପ୍ରଶ୍ନ କରିଛନ୍ତି । ସେମାନେ କୋର୍ଟଙ୍କ ବିରୋଧରେ ଯାଉଛନ୍ତି । ତାଙ୍କର କୌଣସି ଅଧିକାର ଥିଲେ କୋର୍ଟରେ ଲଢ଼ନ୍ତୁ । କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ପରେ ବି ଘର ଭିତରକୁ ପଶିଛନ୍ତି । ଏହାର ଅର୍ଥ ଲ’ର କ’ଣ କିଛି ମୂଲ୍ୟ ନାହିଁ । ତାଙ୍କ ହିସାବରେ ରାୟ ନମିଳିଲେ ରାଜରାସ୍ତାରେ ଓହ୍ଲାଇ ଡ୍ରାମା କରୁଛନ୍ତି ତପସ୍ୱିନୀ । ସେ କେବଳ ଭିକ୍ଟିମ୍ କାର୍ଡ ଖେଳୁଛନ୍ତି , ଆଉ କିଛି ନୁହଁ ।

ଜୋର ଜବରଦସ୍ତି ଘରେ ପଶିବାର ମାନେ କିଛି ନାହିଁ । ଏପରି କରିବା ଦ୍ୱାରା ପରିବାରର ଅବସ୍ଥା ଭଲ ନାହିଁ । ମା’ ଜଣେ ହ୍ୟୃଦରୋଗୀ । ଗତକାଲିର ଘଟଣା ଦେଖି ତାଙ୍କର ଦେହ ଆହୁରି ଖରାପ ହୋଇଯାଇଥିବ । ଏହାସହ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଟାର୍ଗେଟ କରିଛନ୍ତି ଡାକ୍ତର । ପ୍ରମିତା ତ୍ରିପାଠୀଙ୍କୁ ଥାର୍ଡ ପର୍ସନ କହିବା ସହ ଦୁଇ ପରିବାରର ବିବାଦ ଭିତରେ ସେ କାହିଁକି ପଶୁଛନ୍ତି ବୋଲି କହିଛନ୍ତି ।

ସେପଟେ ସୁମିତ୍‌ଙ୍କ ଜେଜେମା’ ମଧ୍ୟ ଏକ ଭିଡିଓ ରିଲିଜ୍‌ କରିଛନ୍ତି । ଗ୍ରୀଲ ଭାଙ୍ଗି ତପସ୍ୱିନୀ, ପ୍ରମିଳା ତ୍ରିପାଠୀ କାଲି ଘରେ ଧସେଇ ପଶିଥିବା କଥା ଭିଡିଓରେ କହିଛନ୍ତି । ଅନେକ ମହିଳା ତାଙ୍କ ସହ ହୋହାଲ୍ଲା କରି ଘରେ ପଶିଥିଲେ । ଏପରିକି ସେମାନେ ତାଲା ପକେଇ ରଖିଛନ୍ତି । ଘର ପ୍ରତି ଘୋର ବିପଦ ରହିଛି । ନିଜ ଘରେ ରହିବା ପାଇଁ ଭାରି ଭୟ ଲାଗୁଛି । ନିଜର ସ୍ୱାସ୍ଥ୍ୟାବସ୍ଥା ଭଲନଥିବା ବେଳେ ପରିବାର ଲୋକଙ୍କୁ ଓ ମୋତେ ଉଦ୍ଧାର କର ବୋଲି କଲେକ୍ଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ତାଙ୍କ ଜେଜେମା’ ।