Advertisment

ବିଶ୍ୱର ସବୁଠାରୁ ଛୋଟ କାର୍‌ରେ ବ୍ରିଟେନ୍ ଭ୍ରମଣ

ବ୍ୟକ୍ତିଙ୍କର ଅଜବ ନିଶା। ଦୁନିଆର ସବୁଠାରୁ ଛୋଟ କାର୍‌ରେ ସାରା ବ୍ରିଟେନ୍ ଭ୍ରମଣ କରିନେଲେ। ଯାତ୍ରା ସମୟରେ ଅନେକ କଷ୍ଟ ଆସିଥିଲେ ବି ଏହାକୁ ଚାଲେଞ୍ଜ ଭାବେ ନେଇ ସଫଳତାର ସହ କରିନେଲେ ଯାତ୍ରା।

author-image
Pramod Behera
ଅଦ୍ୟତନ ହୋଇଛି
Man travels whole Britain with world’s smallest car in three weeks

Man travels whole Britain with world’s smallest car in three weeks

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଜବ ରେକର୍ଡ ତିଆରି କରିବାକୁ ପସନ୍ଦ କରନ୍ତି। କିଛି ଲୋକ ମଧ୍ୟ ଏହି ନିଶାରେ କୌଣସି ଏକ ସହଜ କାମକୁ ମଧ୍ୟ କଠିନ କରିଦିଅନ୍ତି। ବର୍ତ୍ତମାନ ଜଣେ ବ୍ୟକ୍ତି ସେଭଳି କିଛି କରି ଦେଖେଇଛନ୍ତି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ବ୍ରିଟେନ୍‌ରେ ରହୁଥିବା ୩୧ ବର୍ଷୀୟ ଆଲେକ୍ସ ଗୋଟିଏ ସହଜ ଯାତ୍ରାକୁ ବହୁତ କଷ୍ଟସାଧ୍ୟ କରିଛନ୍ତି। ସେ ବ୍ରିଟେନର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାତ୍ରା କରିଛନ୍ତି, ତାହା ପୁଣି ବିଶ୍ୱର ସବୁଠାରୁ ଛୋଟ କାର୍‌ରେ। ଏହି ସମଗ୍ର ଯାତ୍ରାରେ ଆଲେକ୍ସଙ୍କ କାର୍‌ର ସବୁଠାରୁ ଦ୍ରୁତ ଗତି ୨୩ ମିଲିମିଟର ଥିଲା। ଗୁଗୁଲ୍ ମ୍ୟାପ୍ ଆଧାରରେ ଏହି ଯାତ୍ରା ଜନ୍ ଓ’ଗ୍ରାଟ୍ସରୁ ଲ୍ୟାଣ୍ଡ୍ ଏଣ୍ଡ୍ ପର୍ଯ୍ୟନ୍ତ ଥିଲା। ଏହାକୁ ପୂରା କରିବା ନେଇ ସେ ସର୍ବାଧିକ ୧୪ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏହି ଯାତ୍ରାକୁ ସଂପୂର୍ଣ୍ଣ କରିବା ନେଇ ଆଲେକ୍ସକୁ ତିନି ସପ୍ତାହ ଲାଗିଥିଲା।

ନଭେମ୍ବର ୧୩ ରେ ଆଲେକ୍ସ ଏହି ଯାତ୍ରା ଆରମ୍ଭ କରିଥିଲେ। ତିନି ସପ୍ତାହ ପରେ ତାଙ୍କର ଯାତ୍ରା ସମାପ୍ତ ହୋଇଥିଲା। କାର୍‌ଟି ଏତେ ଛୋଟ ଥିଲା ଯେ ଯାତ୍ରା ସମୟରେ ରାସ୍ତାରେ ଲୋକେ ଆଲେକ୍ସକୁ ଘୂରି ଘୂରି ଚାହୁଁଥିଲେ। ଏହା ସହିତ କାର୍‌ର ଗତି ଖୁବ୍ ମନ୍ଥର ଥିବାରୁ ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।

Advertisment

ଯେଉଁ କାର୍‌ରେ ଆଲେକ୍ସ ଯାତ୍ରା ସମାପ୍ତ କରିଥିଲେ ତାହା ହେଉଛି ପିଲ୍ ପି୫୦(Peel P50)। ଏହି କାର୍‌ର ନିର୍ମାଣ ୧୯୬୨ରେ ହେଉଥିଲା। ଏଥିରେ କେବଳ ଗୋଟିଏ ହିଁ ଦ୍ୱାର ଥାଏ। ଏହାର ନିର୍ମାଣର କାର୍ଯ୍ୟ ୧୯୬୨ରୁ ଆରମ୍ଭ ହୋଇ ୧୯୬୫ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ପରେ ଏହି କାର୍‌ର ଉତ୍ପାଦନ ବନ୍ଦ କରିଦିଆଯାଇଥିଲା।

ଏହାର ୟୁନିଟ୍ ୨୦୦୭ରେ ବିବିସିର ଟପ୍ ଗିଅର୍ ନାମକ ଶୋ ମାଧ୍ୟମରେ ତିଆରି କରାଯାଇଥିଲା ଏବଂ କାର୍‌ର ପେଟ୍ରୋଲ୍ ମଡେଲ୍ ୨୦୧୧ରେ ବଜାରକୁ ଆସିଥିଲା। ଆଲେକ୍ସଙ୍କ ଏହି ଯାତ୍ରା ୧୪ଶହ ମାଇଲ୍ ଥିଲା। ତିନି ସପ୍ତାହ ପର୍ଯ୍ୟନ୍ତ ଏଭଳି ଛୋଟ କାର୍‌ ଭିତରେ ବସିବା ନିଶ୍ଚିତ ଏକ ଚ୍ୟାଲେଞ୍ଜର କଥା ଥିଲା। ଆଲେକ୍ସଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ। ଏଭଳି ପରିସ୍ଥିତିରେ କାର୍‌ ଭିତରେ ପଶିବା ମଧ୍ୟ ଏକ ଚ୍ୟାଲେଞ୍ଜ ଥିଲା। କାରଣ କାର୍‌ଟିର ଲମ୍ବ ମାତ୍ର ୧୩୭ ସେମି ହୋଇଥିବା ବେଳେ ପ୍ରସ୍ଥ ମାତ୍ର ୯୯ ସେମି ଥିଲା।

Man travels whole Britain with world’s smallest car in three weeksବିଶ୍ୱର ସବୁଠାରୁ ଛୋଟ କାର୍‌ରେ ବ୍ରିଟେନ୍ ଭ୍ରମଣ

ଏହା ସହିତ ସାମ୍ନାରେ ସବୁଠାରୁ ବଡ ଆହ୍ୱାନ ମଧ୍ୟ ପାଗକୁ ସାମ୍ନା କରିବା ଥିଲା। କାରର ଓଜନ ବହୁତ କମ୍ ଥିଲା। ଏହି କାରଣରୁ, ବ୍ରିଟେନ୍‌ରେ ବର୍ତ୍ତମାନ ଚାଲିଥିବା ଝଡ଼ରେ ଏହାକୁ ଚଳାଇବା ମଧ୍ୟ ଅତ୍ୟନ୍ତ କଷ୍ଟକର ଥିଲା। କିନ୍ତୁ ଆଲେକ୍ସ ଏହାକୁ ଚାଲେଞ୍ଜ ଭାବେ ନେଇ ସଫଳତା ହାସଲ କରିଛନ୍ତି।

ତାଙ୍କର ଏହି କଠିନ ଯାତ୍ରାକୁ ନେଇ ଆଲେକ୍ସ କହିଛନ୍ତି ଯେ ଏହି ଯାତ୍ରାରେ ଏପରି ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ ସେ କାର୍‌ ଉପରେ ନିୟନ୍ତ୍ରଣ ହରାଇଥିଲେ। କିନ୍ତୁ ପରେ ସେ ନିଜକୁ ସମ୍ଭାଳି ନେଇଥିଲେ। ଯାତ୍ରା ସମୟରେ କେତେକ ଲୋକ ଆଲେକ୍ସଙ୍କ ଫଟୋ ଉଠାଉଥିଲେ ଏବଂ ଅନେକ ଲୋକ ମଧ୍ୟ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ। ଆଲେକ୍ସ କୁହନ୍ତି ଯେ ତାଙ୍କର ଏଇ ଯାତ୍ରା ସମୟରେ ଲୋକମାନେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଅନେକ ଲୋକ ତାଙ୍କ କାର୍‌ରେ ତେଲ ପକେଇ ଦେଇଥିଲେ। ଅନେକ ଲୋକ ତାଙ୍କୁ ରାସ୍ତାରେ ଖାଇବାକୁ ମଧ୍ୟ ଦେଇଥିଲେ। ଆଲେକ୍ସଙ୍କ ପାଇଁ ଏହା ଅତ୍ୟନ୍ତ ସ୍ମରଣୀୟ ଅନୁଭୂତି ବୋଲି ସେ କହିଛନ୍ତି।

Ajab Gajab
Advertisment
Advertisment