/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659783149.jpg)
man showing magic to orangutan then he badly laughed in funny viral video
ମ୍ୟାଜିକ୍ ଦେଖୁଛି ମାଙ୍କଡ଼ । କେବଳ ଦେଖୁଛି ତାହା ନୁହେଁ ଯାଦୁ ଦେଖିବା ସହ ହସି ହସି ମଧ୍ୟ ଗଡ଼ିଯାଉଛି । ଏହିପରି ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଥରେ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ ।
ତେବେ ମାଙ୍କଡ଼ ମଣିଷର ପୂର୍ବ ପୁରୁଷ ବୋଲି କୁହାଯାଇଥାଏ । କେବଳ ଏତିକି ନୁହେଁ ସେମାନେ ବୁଦ୍ଧିମାନ ହୋଇଥିବା ସହ ତାଙ୍କ ଅନେକ କାର୍ଯ୍ୟ ମାନବଙ୍କ ସହ ସମାନ ହୋଇଥାଏ । କିଛି ଲୋକ ଘରେ ମଧ୍ୟ ମାଙ୍କଡ ପାଳିବାକୁ ଭଲ ପାଆନ୍ତି । ଏମିତି କି ଗୃହପାଳିତ ମାଙ୍କଡମାନେ ମଣିଷ ପରି ସମାନ ଆଚରଣ କରନ୍ତି । ସାଧାରଣତଃ ମାଙ୍କଡ଼ମାନେ ଲୋକଙ୍କ ଅଙ୍ଗଭଙ୍ଗୀକୁ ମଧ୍ୟ ବୁଝିପାରନ୍ତି । ଯାହା ଏକ ଭିଡ଼ିଓରେ ପ୍ରମାଣିତ ହୋଇଥିବାର ଦେଖିବାକୁ ମିଳିଛି । କାରଣ ଜଣେ ମାଙ୍କଡ଼ ଯୁବକଙ୍କ ଯାଦୁ ଦେଖି ହସି ହସି ଗଡିଯାଉଛି । ତେବେ ଆସନ୍ତୁ ଦେଖିବା ମାଙ୍କଡ଼ର ସେହି ଅଜବ ଭିଡ଼ିଓ...
ଦେଖନ୍ତୁ ଏହି ଭାଇରାଲ୍ ଭିଡ଼ିଓ :-
I want to watch this over and over again. Such unhinged delight at seeing the impossible happen. pic.twitter.com/qQU2Tna1rz
— Alan Alda (@alanalda) December 24, 2021
ଭାଇରାଲ୍ ହେଉଥିବା ଏହି ଭିଡ଼ିଓରେ ଏକ ଉରାଙ୍ଗୁଟାନ୍ ପ୍ରଜାତିର ମାଙ୍କଡ଼ ଦେଖିବାକୁ ମିଳିଛି । ଏବଂ ସେହି ମାଙ୍କଡ଼ ସାମ୍ନାରେ ଜଣେ ଯୁବକ ଯାଦୁ ଦେଖାଉଛନ୍ତି । ସେ ବହୁତ ଧ୍ୟାନରେ ଯୁବକଙ୍କ ଯାଦୁକୁ ଦେଖୁଛି । ସମ୍ପୂର୍ଣ୍ଣ ଯାଦୁ ଦେଖି ମାଙ୍କଡ଼ଟି ଖୁବ୍ ଉପଭୋଗ କରିବା ସହ ସେ ଏତେ ହସୁଛି ଯେ, ଶେଷରେ ହସି ହସି ତଳେ ଗଡ଼ିଯାଉଛି । ତେବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡ଼ିଓ ୭୦ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି । ଭିଡ଼ିଓଟି ଦେଖିବାକୁ ଏତେ ରୋମାଞ୍ଚକ ଯେ, ଯିଏ ଦେଖୁଛି ସିଏ ହସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)