Advertisment

୨୪ ବର୍ଷ ପରେ ଘରକୁ ଫେରିଲା ପୁଅ, ହଜିଲା ଧନକୁ ପାଇ ମା’ ଆଖିରେ ଆନନ୍ଦର ଅଶ୍ରୁ

ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି।

author-image
Prangyan Parimita
ଅଦ୍ୟତନ ହୋଇଛି
son reunited with family

son reunited with family

ନୟାଗଡ଼ : ବନବାସରୁ ଫେରିଲା ପୁଅ । ୨୪ ବର୍ଷ ପରେ ହଜିଲା ପୁଅକୁ ଫେରି ପାଇଛି ମା’ l ଆଖିରୁ ଧାର ଧାର ହୋଇ ଝରିଯାଉଛି ଆନନ୍ଦର ଅଶ୍ରୁ । ପୁଅକୁ ଭିଡ଼ି ଧରି କାନ୍ଦୁଛି । କୁଆଡ଼େ ଚାଲିଯାଇଥିଲୁରେ କହି କାନ୍ଦୁଛି । ନୟାଗଡ଼ ଖଣ୍ଡପଡ଼ା ବ୍ଲକ ଅଧୀନ କୁମ୍ଭାରପଡ଼ା ଗ୍ରାମରେ ହଜିଲା ପୁଅକୁ ମାଆ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Advertisment

ଦୀର୍ଘ ୨୪ ବର୍ଷ ଧରି ଘର ଛାଡ଼ି ପଳାଇ ଯାଇଥିବା ଆସମାନ ଦାସ( ୪୦ ବର୍ଷ) ଘରକୁ ଫେରିଛନ୍ତି । ସ୍ୱର୍ଗତ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ଫେବୃଆରୀ ୧୧ରେ ଗାଁରୁ ହଠାତ୍ ନିଖୋଜ ହୋଇ ଯାଇଥିଲେ । ପରେ ପରିବାର ଏବଂ ଆମୀୟ ସ୍ୱଜନମାନେ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନଥିଲା । ହେଲେ ଗତ ୪ ଦିନ ତଳେ ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ମିଶାମିଶି ଭାଷାରେ ଲେଖାଯାଇଥିବା ଚିଠିଟିଏ ହଠାତ୍ ତୋଫାନ ଦାସଙ୍କ କୁମ୍ଭାରପଡ଼ା ଘର ଠିକଣାରେ ରେଜେଷ୍ଟ୍ରି ଡାକରେ ଆସି ପହଞ୍ଚିଥିଲା । ଚିଠିରେ ଆସମାନଙ୍କ ମୋବାଇଲ ନମ୍ବର ଲେଖା ଯାଇଥିଲା ।

ଚିଠି ପଢ଼ିବା ମାତ୍ରେ ଆସମାନଙ୍କ ବିଷୟରେ ଲେଖାଯାଇଥିବା ଜାଣିପାରି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଚିଠିରେ ଦିଆଯାଇଥିବା ଫୋନ୍ ନମ୍ବରକୁ କଲ୍ କରି ଆସମାନଙ୍କୁ ଗାଁକୁ ଫେରିଆସିବା ପାଇଁ ପରାମର୍ଶ ଦେଇଥିଲ । ଆସମାନ ଗାଁରୁ ଯାଇ ହାଇଦ୍ରାବାଦର ଏକ ଟେଣ୍ଟ ହାଉସ୍ ମାଲିକଙ୍କ ନିକଟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ । କୌଣସି କାରଣବଶତଃ ସେ ଆଉ ଗାଁକୁ ଫେରି ନଥିଲେ।

Advertisment

ହେଲେ ପରିବାର ଲୋକଙ୍କୁ ସର୍ବଦା ମନେପକାଇ ଆସମାନ ଝୁରୁଥିଲେ । ଏହା ଜାଣିପାରି ଟେଣ୍ଟ ହାଉସ୍ ମାଲିକଙ୍କ ଝିଅ ତାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏଭଳି ମହାନ କାର୍ଯ୍ୟ ପାଇଁ ସମଗ୍ର ଖଣ୍ଡପଡ଼ା ଅଞ୍ଚଳବାସୀ ସେଇ ମହାନ ହୃଦୟର ମହିଳାଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଅସାମାନ୍ ଘରକୁ ଫେରିବା ପରେ ପରିବାର ଏବଂ ଗାଁ ରେ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।

Nayagarh
Advertisment
Advertisment