Advertisment

ଦାଢିର କମାଲ୍ : ୬୩ କେଜିର ମହିଳାଙ୍କୁ ସିଧା ଉଠେଇଦେଲେ

୬୩ କିଲୋଗ୍ରାମର ଜଣେ ମହିଳାଙ୍କୁ ନିଜ ଦାଢିରେ ଉଠାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ଏହି ପୁରୁଷ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ।

author-image
Pramod Behera
Man lifts woman with beard

Man lifts woman with beard

ସୋସିଆଲ୍ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯାହା କାହାକୁ ରାତାରାତି ଷ୍ଟାର କରିଦେଉଛି ତ ପୁଣି କାହାକୁ ଦୁନିଆର ସର୍ବଶ୍ରେଷ୍ଠ ସମ୍ମାନ ଆଣି ଦେଉଛି। ଏହି କ୍ଷେତ୍ରରେ କିଏ କେତେବେଳେ ଯେ ଚର୍ଚ୍ଚାକୁ ଆସିବ ତାହା କହିହେବ ନାହିଁ। ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସୋସିଆଲ୍ ମିଡିଆରେ ଯେ ଖାଲି ଅଜବ ଗଜବ କାମ କରୁ ମଣିଷ ଧ୍ୟାନ ଆକର୍ଷଣ କରୁଛନ୍ତି ତାହା ନୁହେଁ, ବରଂ ଏଭଳି କରି ସେମାନେ ମଧ୍ୟ ଲୋକପ୍ରିୟତା ମଧ୍ୟ ସାଉଁଟି ପାରୁଛନ୍ତି।

Advertisment

ଅନେକ ଲୋକ ଅଛନ୍ତି ଯେଉଁମାନେ ଏମିତି କିଛି ଅଦ୍ଭୁତ କାମ କରୁଛନ୍ତି ଯାହାକୁ ନିଜ ଆଖିରେ ଦେଖିଲା ପରେ ମଧ୍ୟ ବିଶ୍ୱାସ କରି ହୁଏ ନାହିଁ। କିଏ ଦାନ୍ତରେ ଟ୍ରେନ୍ ଟାଣୁଛି ତ ପୁଣି କିଏ ମୁଣ୍ଡରେ ଇଟା ଭାଙ୍ଗୁଛି। କିଏ ପୁଣି କହୁଣୀରେ ନଡିଆ ଫଟଉଛି ତ ପୁଣି କିଏ ଛାତିରେ ଲୁହା ରଡ ବଙ୍କା କରୁଛି। ଏସବୁ ନିଶ୍ଚିତ ଆଶ୍ଚର୍ଯ୍ୟର କଥା।

ଏବେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହିପରି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ଆଖି ଲାଖିଯିବ। ଏହି ଭିଡିଓରେ ଜଣେ ପୁରୁଷ ନିଜ ଦାଢିର କରାମତି ଦେଖେଇଛନ୍ତି। ସେ ତାଙ୍କ ଦାଢିର ଶକ୍ତି ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

Advertisment

ଏହି ବ୍ୟକ୍ତି ଜଣକ ୬୩ କିଲୋଗ୍ରାମର ଜଣେ ମହିଳାଙ୍କୁ ଅତି ସହଜରେ ନିଜ ଦାଢିରେ ଉଠାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିଛନ୍ତି। ବ୍ୟକ୍ତିଙ୍କ ଏହି ଜବରଦସ୍ତ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି।

ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ଶେୟାର କରି ଗିନିଜ୍‌ ୱାର୍ଲ୍ଡ ରେକର୍ଡ କ୍ୟାପ୍‌ସନ୍‌ ଲେଖିଛି ଯେ ଆଣ୍ଟାନାସ୍ କୋଣ୍ଟ୍ରିମାସ୍‌ଙ୍କ ଦ୍ୱାରା ନିଜ ଧାଡିରେ ୬୩.୮୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଠାଯାଇଥିବା ଏହା ହେଉଛି ସବୁଠାରୁ ଭାରୀ ଓଜନ। ଲୋକମାନେ ଏହି ଭିଡିଓ ଦେଖି କେବଳ ଆଶ୍ଚର୍ଯ୍ୟ ହେଉ ନାହାନ୍ତି ବରଂ ଏହା ଉପରେ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି - ଏହା ବାସ୍ତବରେ ପ୍ରଭାବଶାଳୀ। ସେହିପରି ଅନ୍ୟ ଜଣେ ଉପଭୋକ୍ତା ଏକ ମଜାଳିଆ ଢଙ୍ଗରେ ଲେଖିଛନ୍ତି – ଜଣା ନାହିଁ ସେ କେଉଁ ହେୟାର୍ ପ୍ରଡକ୍ଟ ବ୍ୟବହାର କରନ୍ତି।

Ajab Gajab
Advertisment
Advertisment