• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଛ ସହ କଟୁଛି  ଜୀବନ । ସେ ଯେପରି ପ୍ରକୃତି ପ୍ରେମରେ ବନ୍ଧା । ନିଜର ଉଦ୍ୟମ ବଳରେ ଆଜି ଅନ୍ୟ ମାନଙ୍କ ପାଇଁ ହୋଇଛନ୍ତି ଉଦାହରଣ । ହଜାର ହଜାର ଗଛ ଲଗାଇ ଆଜି ସେ ଗଛ ମଣିଷ ଭାବେ ବେଶ ପରିଚିତ । ବୟସର ଅପରାହ୍ନରେ ପହଞ୍ଚି ଥିଲେ ସୁଦ୍ଧା ଆଜି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଘର ପାଖ ସଂରକ୍ଷିତ ଜଙ୍ଗଲରେ ହଜାର ହଜାର ଗଛ ଲଗାଇ ସ୍ଥାନୀୟ ଅଞ୍ଚଳରେ ଶ୍ରୀନାଥ ଗଛ ମଣିଷ ଭାବେ ବେଶ ପରିଚିତ । ସେ କେବଳ ନିଜେ ଗଛ ଲଗାଉ ନାହାନ୍ତି, ଅନ୍ୟମାନଙ୍କୁ ମଧ୍ୟ ଗଛ ଲଗାଇବାକୁ ପ୍ରୋତ୍ସାହିତ କରୁଛନ୍ତି ।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତ ରାଇକାଳି ଗ୍ରାମର ଶ୍ରୀନାଥ ପାତ୍ର । ଯେଉଁ ବୟସରେ ବିଶ୍ରାମ କରିବା କଥା, ସେହି ସମୟରେ ସେ ଗଛ ଲଗାଇବା ଜାରି ରଖିଛନ୍ତି । ଗଛ ବଞ୍ଚିଲେ ଜୀବଜଗତ ବଞ୍ଚିବ ଓ ପରିବେଶ ସୁସ୍ଥ ରହିବ ବୋଲି କହନ୍ତି ଶ୍ରୀନାଥ । ସକାଳ ହେଲେ ସେ ନିଜର ଘର କାମ ସାରି, ହାତରେ ଛାଡୁ-କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି । କେବଳ ସରକାରୀ ଜମି ନୁହଁ ନିଜେ ମଧ୍ୟ ଯାଗା କିଣି ଗଛ ଲଗାଇଛନ୍ତି । ସରକାରୀ ଜମିରେ ଶ୍ରୀନାଥ ପ୍ରାୟ ୨୦ ହଜାର ଗଛର ରକ୍ଷଣାବେକ୍ଷଣ କରୁଛନ୍ତି ।

ଶ୍ରୀନାଥ ପାତ୍ର କପ୍ତିପଦା ବିଦ୍ୟୁତ ବିଭାଗରେ ଚାକିରୀ କରୁଥିଲେ । ତେବେ ୨୦୧୪ ମସିହାରେ ଅବସର ପରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲର ୧୦ ହଜାର ଗଛର ଯତ୍ନ ନେବା ସହ ନିଜ ବାଡି ରେ ଦୁଇ ହଜାରରୁ ଅଧିକ ଗଛ ଲଗାଇଛନ୍ତି । ତେବେ ସରକାରୀ ସହାୟତା ମିଳିଲେ ସେ ଆଗକୁ ଆହୁରି ହଜାର ହଜାର ଗଛ ଲଗାଇବାକୁ ଲକ୍ଷ ରଖିଛନ୍ତି ।

ସମାଜ ପ୍ରତି କିଛି କରିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ଚାକିରିରୁ ଅବସର ପରେ ବିଶ୍ରାମ ନ ନେଇ ହଜାର ହଜାର ଗଛ ଲଗାଇ ଶ୍ରୀନାଥ ପାତ୍ର ପରିବେଶର ସୁରକ୍ଷା କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଶ୍ରୀନାଥଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି।

  • Reported by:
  • Manas Pani