Advertisment

ଯେବେ ରକ୍ଷକ ସାଜେ ଭକ୍ଷକ; ଦୋଷ ନ ଥାଇ ବି ଭୋଗିଲେ ୮ବର୍ଷ କାରଦଣ୍ତ

ବର୍ଷ ବର୍ଷର ଆଇନର ଲଢେଇ ପରେ ଏବେ ଛାତିଫଟା ଖୁସି ବି ନିଅଣ୍ଟ ପଡୁଛି। ୮ ବର୍ଷରେ ଘଟିଥିବା ଗୋଟି ଗୋଟି କାହାଣୀ କହୁଛନ୍ତି ଜୟପୁରର ନିରଞ୍ଜନ ଦାଶ।

author-image
Manoranjan Behera
False Case

False Case

ରକ୍ଷକ ଯେବେ ଭକ୍ଷକ ସାଜେ..ଆଇନର ଗଳାବାଟରେ ଯେବେ ଫସନ୍ତି ନିରିହ। ସେହି ଆଇନକୁ ସାହାରା କରି ଶେଷରେ ମୁକୁଳିଛନ୍ତି ନିର୍ଦ୍ଦୋଷ। ଏକଛତ୍ରବାଦର ଚରମସୀମାରେ ଛତିଶଗଡ଼ର ଖାକି ବର୍ଦ୍ଦି। ବିନା କୌଣସି ଦୋଷରେ ୮ ବର୍ଷ ଧରି ଆଇନର ଜାଲରେ ଘାଣ୍ଟିଲା ପୋଲିସ। ସେଥିରୁ ମୁକୁଳିବାକୁ ଲାଗିଗଲା ବର୍ଷ ପରେ ବର୍ଷ। ଏବେ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରି ଜୟପୁରର ନିରଞ୍ଜନ ଦାଶ ଓ ଦୂର୍ଯ୍ୟୋତି ମହାଙ୍କୁଡଙ୍କ ପାଇ ଆଣି ଦେଇଛନ୍ତି ଆଶ୍ୱସ୍ତି।

Advertisment

ବର୍ଷ ବର୍ଷର ଆଇନର ଲଢେଇ ପରେ ଏବେ ଛାତିଫଟା ଖୁସି ବି ନିଅଣ୍ଟ ପଡୁଛି। ୮ ବର୍ଷରେ ଘଟିଥିବା ଗୋଟି ଗୋଟି କାହାଣୀ କହୁଛନ୍ତି ଜୟପୁରର ନିରଞ୍ଜନ ଦାଶ। ୨୦୧୬ ଜୁଲାଇ ୨୮ ତାରିଖରେ କୋରାପୁଟ ଜିଲ୍ଲାକୋଟପାଡ଼ ନୂଆଁଗାଁରୁ ନିରଞ୍ଜନ ଓ ଜୟପୁରର ଦୂର୍ଯ୍ୟୋତି ମହାଙ୍କୁଡଙ୍କୁ ଉଠାଇନେଇଥିଲା ଛତିଶଗଡ଼ର ଜଗଦଲପୁର ପୋଲିସ। ନକ୍ସଲଙ୍କୁ ବିସ୍ଫୋରକ ସାମଗ୍ରୀ ଯୋଗାଉଥିବାର ଅଭିଯୋଗରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ୮ ବର୍ଷ କାଳ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ଉଭୟେ। କିନ୍ତୁ ଭାଙ୍ଗି ନଥିଲା ଦମ୍ଭ, ସାହସ। ସେହି ଆଇନ କାନୁନ ଉପରେ ଭରସା କରି ଆଜି ବିଜୟୀ ହୋଇଛନ୍ତି ନିରଞ୍ଜନ। ଶେଷରେ ଗତ ଫେବ୍ରୁଆରୀ ୨୮ରେ ଜଗଦଲପୁର ଜିଲ୍ଲା ସେସନ୍ସ କୋର୍ଟ ମାମଲାକୁ ମିଥ୍ୟା ବୋଲି କହିବା ସହ ନିର୍ଦ୍ଦୋଷରେ ଦୁହିଙ୍କୁ ଖଲାସ କରିଛନ୍ତି।

Advertisment

ଛତିଶଗଡ଼ ପୋଲିସର ଏଭଳି ବର୍ବରତା ପାଇଁ ନିରଞ୍ଜନଙ୍କ ପରିବାର ଆଜି ଛାରଖାର ହୋଇଯାଇଛି। ନିଜର ସ୍ତ୍ରୀ ଓ ୬ ବର୍ଷର ଛୁଆ ତାଙ୍କଠୁ ଦୁରେଇ ଯାଇଛନ୍ତି। ମିଥ୍ୟା ମାମଲା ପାଇଁ ଆର୍ଥିକ ବୋଝ ସହି ବାପା ମା ରୋଗଗ୍ରସ୍ତ। ଆଇନର ଗୋଲକ ଧନ୍ଦାରେ ନିରଞ୍ଜନଙ୍କ ୮ବର୍ଷ ନଷ୍ଟ ହୋଇଥିବା ବେଳେ ଆର୍ଥିକ ଓ ମାନସିକ ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଛି। ଏପଟେ ମିଥା ମାମଲାରେ ଫସାଇଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିରଞ୍ଜନଙ୍କ ପରିବାର।

ପୁରା ଘଟଣାକୁ ନେଇ ଛତିଶଗଡ ପୋଲିସ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

False Case
Advertisment
Advertisment