Advertisment

ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ଦେଲେ, ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ

ପ୍ରଥମେ ସାପ ଚୋଟ ମାରିଲା ଓ ଏହାର ପ୍ରତିଶୋଧ ନେବାକୁ ଯାଇ ସାପକୁ କାମୁଡି ଦେଲେ। ହେଲେ ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Bites Snake

Man Bites Snake

ବାଲିଗୁଡ଼ା: ପ୍ରଥମେ ସାପ ଚୋଟ ମାରିଲା ଓ ଏହାର ପ୍ରତିଶୋଧ ନେବାକୁ ଯାଇ ସାପକୁ କାମୁଡି ଦେଲେ। ହେଲେ ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। କନ୍ଧମାଳ ଜିଲ୍ଲା ସିମନବାଡ଼ି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ କୁମୁଟି ନାୟକ।

Advertisment

ସୂଚନା ଅନୁସାରେ, ଦୁଇ ଦିନ ପୂର୍ବରୁ କୁମୁଟିଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଏହାପରେ ସେ ସାପଟିକୁ ଧରି ଗାଁରେ ବୁଲିଥିଲେ। ଶେଷରେ ରାଗ ଶାନ୍ତ ନ ହେବାରୁ ସେ ସାପଟିକୁ କାମୁଡ଼ି ଦେଇଥିଲେ। ଏହି ସମୟରେ ସେ ନିଶାଶକ୍ତ ଅବସ୍ଥାରେ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି। 

ତେବେ ଗତକାଲି କୁମୁଟିଙ୍କ ମୃତଦେହ ବିଲ ଭିତରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

Advertisment

ସୂଚନାଥାଉ କି, ଚଳିତ ବର୍ଷ ଅଗଷ୍ଟରେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍‌ ଅନ୍ତର୍ଗତ ଗମ୍ଭାରୀପାଟିଆ ଗାଁରେ ଏଭଳି କିଛି ଘଟଣା ଘଟିଥିଲା। ସାପ କାମୁଡ଼ିଲା ବୋଲି ପ୍ରତିଶୋଧ ପରାୟଣ ହୋଇ ଜଣେ ବ୍ୟକ୍ତି ସାପକୁ କାମୁଡ଼ି ମାରି ଦେଇଥିଲେ। ଏହାପରେ ସାପର ରକ୍ତ ପିଇ ଦେଇଥିଲେ। ଶେଷରେ ମୃତ ସାପକୁ ଧରି ଗାଁ ସାରା ବୁଲିଥିଲେ।

Baliguda Man Bites Snake
Advertisment
Advertisment