• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାପ, ଝିଅଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକରେ । ପୋଲିସ ଠାରୁ ନ୍ୟାୟ ନମିଳିବାରୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ଉଭୟ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ବାପ ଓ ନାବାଳିକା ଝିଅଙ୍କୁ ଉଦ୍ଧାର କରାଯାଇଛି ।  ତେବେ ବାପା ଗୁରୁତର ଥିବାବେଳେ ଝିଅଟି ସୁସ୍ଥ ଅଛି । ଗୁରୁତର ଜଣକ ହେଲେ ସୋରୋ ଥାନା ଅନ୍ତର୍ଗତ ମହୁମୁହାଣ ଗ୍ରାମର ସଞ୍ଜୟ କୁମାର ନାୟକ ।

ସୂଚନା ଅନୁସାରେ ଗତ ୧୯ ଦିନ ତଳେ ଝିଅଟି ସ୍ଥାନୀୟ ସୋରର ମଙ୍ଗଳପୁର ଶ୍ରୀନିବାସ କଲେଜରେ ପଢିବାକୁ ଯାଇଥିଲେ । ବାଟରେ କିଛି ଲୋକ କମେଣ୍ଟ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଵା ସହ ଅପହରଣ କରିନବାକୁ ଚେଷ୍ଟା କରିଥିଲେ । ଏନେଇ ନାବାଳିକା ଜଣକ ଘରେ ଜଣାଇବା ପରେ ପରିବାର ଲୋକ ସୋରୋ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗକୁ ଗୁରୁତର ସହ ନନେବାରୁ ଆଜି ସୋରୋ ଥାନାକୁ ବାପା ଝିଅ ଆସିଥିଲେ ।

ଏହି ସମୟରେ ତିନି ଜଣ ବ୍ୟକ୍ତି ସେମାନଙ୍କୁ ପିଛା କରିବା ପରେ ଭୟରେ ବାପା ଝିଅ ଭଦ୍ରକ ଆଡେ ପଳାଇଥିଲେ । ଶେଷରେ ନିରାଶ ହୋଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ନିକଟରେ ଜଣକ ଘର ସମ୍ମୁଖରେ ଥଣ୍ଡା ପାନୀୟରେ ବିଷ ମିଶାଇ ପିଇ ଦେଇଥିଲେ । ବାପାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଝିଅ ସୁସ୍ଥ ଥିବା ଜଣାପଡିଛି ।

ଘର ସୋରରେ ହୋଇଥିବା ବେଳେ ଭଦ୍ରକରେ କଣ ପାଇଁ ବିଷ ପିଇଲେ, ତାହା ଘଟଣାକୁ ରହସ୍ୟାବୃତ୍ତ କରିଛି । ଏହି କାରଣ ପାଇଁ ବାପା ବିଷ ପିଇଲେ ନା, ଆଉ କେଉଁ କାରଣ ରହିଛି, ତାହା ଅସ୍ପଷ୍ଟ ରହିଛି ।