/odishatv-khabar/media/post_attachments/uploadimage/library/16_9/16_9_0/boat_1685624342.jpg)
boat
ଡଙ୍ଗା ବୁଡ଼ାଇଲା କାଳବୈଶାଖୀ । ମାଲକାନଗିରିରେ କାଳବୈଶାଖୀର କରାଳ ରୂପ । କାଳବୈଶାଖୀ ପ୍ରଭାବରେ ୨ଟି ଡଙ୍ଗା ବୁଡ଼ି ଯାଇଥିବା ସୂଚନା ମିଳିଛି । ସତୀଗୁଡ଼ା ଡ୍ୟାମ୍ରେ ୨ଟି ଡଙ୍ଗା ବୁଡ଼ି ୨ ନିଖୋଜ ହୋଇଯାଉଛନ୍ତି । ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।
Advertisment
ସେହିପରି କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଛାତ ଉଡ଼ିଯାଇଛି । ଜିଲ୍ଲା ସଦର ମହକୁମାରେ ଆଜି ଅପରାହ୍ନରେ ଭୀଷଣ ପବନ ହୋଇଛି । ବିଭିନ୍ନ ସ୍ଥାନରେ ବିଶାଳକାୟ ଗଛ ପଡ଼ିଛି । ବର୍ତ୍ତମାନ ଅଗ୍ନିଶମ କର୍ମଚାରୀ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି ।
ଅନ୍ୟପଟେ ଏଠାରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ କାନ୍ଥ ଭାଙ୍ଗିପଡ଼ିବା ଫଳରେ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)