/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661915433.jpg)
Idol Making
ଉଚ୍ଚଶିକ୍ଷା ପାଇଁ ଜାତୀୟ ରାଜପଥ କଡରେ ମୂର୍ତ୍ତି ଗଢୁଛନ୍ତି ଉଚ୍ଚ ଶିକ୍ଷିତା ଝିଅ ଉଷାକିରଣ । ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଅଭାବ ଯୋଗୁଁ ପାଠ ପଢିପାରିଲେ ନାହିଁ । ଉଷାଙ୍କ ଘର ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ବେଳେ ନିଜର ଉଚ୍ଚ ଶିକ୍ଷା ଓ ଘରକୁ ଆର୍ଥିକ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି ଊଷା ।
ଊଷା ଜାତୀୟ ରାଜପଥରେ କଡରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଗଢୁଛନ୍ତି ଗଣେଶ ମୂର୍ତ୍ତି । ଉଷାଙ୍କୁ ସାହଯ୍ୟ କରୁଛନ୍ତି ତାଙ୍କର ଦୁଇ ଭାଇ । ବଡ ଭାଇ ବିଏ ପାସ କରିଥିବା ବେଳେ ସାନ ଭାଇ ଦଶମ ପାସ କରି ଘରେ ରହିଛନ୍ତି । ଅର୍ଥ ପାଇଁ ତିନି ଭାଇଭଉଣୀ ଜାତୀୟ ରାଜପଥ କଡରେ ପାଲ ଟାଣି ଗଢୁଛନ୍ତି ଭଳିକି ଭଳିକି ଗଣେଶ ମୂର୍ତ୍ତି ।
କେବଳ ଯେ ଗଣେଶ ମୂର୍ତ୍ତି ଗଢୁଛନ୍ତି ତାହ ନୁହେଁ, ମୂର୍ତ୍ତି ମାଧ୍ୟମରେ ସମାଜକୁ ଭଲ ବାର୍ତ୍ତା ମଧ୍ୟ ଦେବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବାପା ମାଆ ମୂର୍ତ୍ତି କାରିଗର ଥିବାରୁ ଛୋଟ ବେଳୁ ବାପାଙ୍କୁ ସହାୟତା କରୁ କରୁ ତିନି ଭାଇଭଉଣୀ ବନି ଯାଇଛନ୍ତି ମୂର୍ତ୍ତି କାରିଗର । ମୂର୍ତ୍ତି ବିକ୍ରି କରି ଅର୍ଥ ଉପାର୍ଜନ ପରେ ପରିବାର ଚଳାଇବା ସହ ଉଚ୍ଚ ଶିକ୍ଷା ପାଇଁ ଆଶା ରଖିଛନ୍ତି । ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ନିଜର କୌଳିକ ବୃତ୍ତିକୁ ଛୋଟ ନଭାବି ଗଢିଚାଲିଛନ୍ତି ମୂର୍ତ୍ତି । ଏହି ମୂର୍ତ୍ତିଗୁଡିକକୁ ଦେଖି ଜିଲ୍ଲା ଓ ଜିଲ୍ଲା ବାହାରର ଲୋକ ମଧ୍ୟ ବେଶ ଖୁସିରେ କିଣିକି ନେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)