ଦିନେ ଜିଲ୍ଲା ଟପ୍ପର ଥିଲେ, ଏବେ ଦିନ ମଜୁରିଆ। ପାଠ ପଢ଼ିବାକୁ ଏହି ଟପ୍ପର ଛାତ୍ରୀ ଦିନ ମଜୁରିଆ ସାଜିଛନ୍ତି। ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ଜିଲ୍ଲା ଟପ୍ପର ଥିଲେ, ଭାଗ୍ୟର ବିଡ଼ମ୍ବନା ଏବେ ସେ ଦିନ ମଜୁରିଆ ଭାବେ ଗୋଡ଼ି-ବାଲି ଉଠାଉଛନ୍ତି। ଆଉ ୪୦ ଡିଗ୍ରୀ ଖରାରେ ମଜୁରୀ ଲାଗୁଛନ୍ତି।
ସୂଚନା ଅନୁସାରେ, ଗତବର୍ଷ ମାଲକାନଗିରି ଜିଲ୍ଲାର ବାଣିଜ୍ୟ ଟପ୍ପର ଥିଲେ ବଣ୍ଡା ଛାତ୍ରୀ କର୍ମା ମୁଦୁଲି। ୮୨% ରୁ ଅଧିକ ମାର୍କ ଆଣିବା ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ସେ ଆଡମିଶନ୍ କରାଇଥିଲେ। କିନ୍ତୁ ଆନୁସଙ୍ଗିକ ସାମଗ୍ରୀ ଓ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ତାଙ୍କ ପାଖରେ ନାହିଁ।
ସେପଟେ କର୍ମାଙ୍କ ବାପା ଓ ମାଆ ବୟସ୍କ ହୋଇ ଥିବାବେଳେ ପେନ୍ସନ୍ ଟଙ୍କାରେ ଘର ଚଳୁଛି। ଫଳରେ ଆଗକୁ ପାଠ ପଢ଼ିବା ପାଇଁ ଏବେ ଖରାଛୁଟିରେ କର୍ମା ଘରକୁ ଆସି ଦିନ ମଜୁରିଆ ଭାବେ କାମ କରୁଛନ୍ତି।
- Reported by:
- JITENDRA BEURA