• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କମ୍ ଖର୍ଚ୍ଚ କମ୍ ଯାଗାକେ କରନ୍ତୁ 'କିଚେନ୍ ଗାର୍ଡେନ୍'

ଛାତ ଉପରେ ବଗିଚା କରିବା ଏହା ଏକ କୌଶଳପୁର୍ଣ୍ଣ କାର୍ଯ୍ୟ । ଏଥିରେ ବିଭିନ୍ନ ପାତ୍ର ଯଥା- ସାର ଅଖା, ସିମେଣ୍ଟ ମୁଣି, ପଲିଥିନ୍, ବ୍ୟାଗ, ଫଳ, ପେଟି, ପ୍ଲାଷ୍ଟିକ୍ ଟ୍ରେ, ମାଟି କିମ୍ବା ସିମେଣ୍ଟ କୁଣ୍ଡରେ ମାଟି କରି ବଗିଚା କରାଯାଏ । ଏହି ବଗିଚା କରିବା ପୂର୍ବରୁ ନିମ୍ନଲିଖିତ କେତୋଟି ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ ।

  • ଛାତ ଉପରେ ଅତି କମରେ ୬-୮ ଘଣ୍ଟା ଖରା ପଡୁଥିବା ଭଲ
  • ଛାତରୁ ପାଣି ସମ୍ପୂର୍ଣ୍ଣ ଭାବରେ ନିଗିଡ଼ି ଯିବାର ସୁବନ୍ଦୋବସ୍ତ ଥିବା ଆବଶ୍ୟକ ।
  • ଖରାଦିନେ ପ୍ରବଳ ଖରାରୁ ବୃକ୍ଷଲତାମାନଙ୍କୁ ରକ୍ଷା କରିବା ପାଇଁ ‘ସେଡ୍ ନେଟ୍'ର ବ୍ୟବସ୍ଥା କରାଯାଏ ।
  • ସର୍ବୋପରି ପାଣିର ସୁବନ୍ଦୋବସ୍ତ କରାଯାଏ ।

ବଗିଚା ପାଇଁ ପ୍ରସ୍ତୁତି:

ବଗିଚା ପ୍ରସ୍ତୁତି ପାଇଁ କେଉଁ କେଉଁ ଫଳ ଓ ପନିପରିବା ଲଗାଯିବ ଦରକାର, ଆସନ୍ତୁ ଜାଣିବା, ତଦନୁଯାୟୀ ଉପଯୁକ୍ତ ପାତ୍ର ଯୋଗାଡ଼ କରାଯାଏ

ଫଳ ବା ପନିପରିବାର ନାମ:

  • ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ, କୋବି, ଗୁଆଁର ଇତ୍ୟାଦି
  • କଖାରୁ, ମକା, କଲରା, ଲାଉ, ଜହ୍ନି, ଶିମ୍ବା ଇତ୍ୟାଦି ଲଟା, ଫସଲ ।
  • କୋଶଳା, ଖଡ଼ା, ଲେଉଟିଆ, ପାଳଙ୍ଗ, ଧନିଆଁ, ମେଥି, ଗାଜର, ମୂଳା, ଓଲକୋବି ଇତ୍ୟାଦି ।
  • ଖମ୍ବଆଳୁ, ଓଲୁଅ, ପାଳୁଅ, ସାକର କନ୍ଦା ଇତ୍ୟାଦି । ଅଦା, ହଳଦୀ, ଆମ୍ବଅଦା ।
  • ଆମ୍ବ, ସପେଟା, ପିଜୁଳି, ଡାଳିମ୍ବା, ସଜନା, ଅମୃତଭଣ୍ଡା । ଆଖୁ ।
  • ଟଗର, ମନ୍ଦାର, କନିଅର, କାଠ ଚମ୍ପା, ଇତ୍ୟାଦି ସବୁଦିନିଆ ଫୁଲ ଗଛ ।

 ଗଛ ପାଇଁ ମାଟି ପ୍ରସ୍ତୁତି:

ବାଲିଆ ଦୋରସା ମାଟି, ତାହାର ଅଧା ପରିମାଣର ଶତ୍ମା ଗୋବର ଖତ କିମ୍ବା କମୋଷ୍ଟ), ଏକ ଚତୁର୍ଥାଂଶ ଜିଆ ଖତ, ଏକ ଚତୁର୍ଥାଂଶ ଶତ୍ମା ପତ୍ର ଗୁଣ୍ଡ, ଏକ ଚତୁର୍ଥାଂଶ ଘସି ପାଉଁଶ ମିଶାଇ ମାଟିର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଆବଶ୍ୟକ ସ୍ଥଳେ କିଛି ପରିମାଣର ନିମ୍ବା ବା କରଞ୍ଜ ପିଡ଼ିଆ ମିଶା ଯାଇପାରେ ।

ସାର ପ୍ରୟୋଗ ଓ ପୋଚ ପ୍ରସ୍ତୁତି ପ୍ରଣାଳୀ:

ଗ୍ରେନେମାର ବା ଡି.ଏ.ପି. ଆଦି ସାର ଅଳ୍ପ ମାତ୍ରାରେ ଖତ ସହ ମିଶାଇ ପ୍ରୟୋଗ କରାଯାଏ ।

ପରବର୍ତ୍ତୀ ଅବସ୍ଥାରେ କେବଳ ଗୋବର ଓ ସୋରିଷ ପିଡ଼ିଆର ପୋଚ ସପ୍ତାହ ଅନ୍ତରରେ ପ୍ରୟୋଗ କରାଯାଏ ।

ପାତ୍ର ପୂରଣ ଓ ଚାରା ଲଗାଇବା

ଯୋଗାଣ କରାଯାଇଥିବା ବିଭିନ୍ନ ପାତ୍ର ମଝିରେ ପ୍ରଥମେ ଦୁଇରୁ ତିନି ଇଞ୍ଚ ବହଳର କାଠଗୁଣ୍ଡ, କରତ କଳ ଗୁଣ୍ଡ, ଶଢ଼ା ବିଲାତି ଦଳ ଦେଲେ ତାହା ଜଳ ଧାରଣାରେ ସାହାଯ୍ୟ କରେ । ତା'ପରେ ପ୍ରସ୍ତୁତ ହୋଇଥିବା ମାଟିର ମିଶ୍ରଣକୁ ନେଇ ଯାତ୍ରର ତିନି-ଚତୁର୍ଥାଂଶ ପୂରଣ କରାଯାଏ । ପ୍ରସ୍ତୁତ ପାତ୍ରରେ ଯନ୍ତ୍ରର ସହ ଯୋଗାଡ଼ କରିଥିବା ଚାରା ରୋପଣ କରାଯାଏ ବା ମଞ୍ଜି ବୁଣାଯାଏ । ପରେ ପରେ ପାଣି ଦିଆଯାଏ ।

  • ପ୍ରତି ସପ୍ତାହ କି ଦୁଇ ସପ୍ତାହ ଅନ୍ତରରେ ଅନାବନା ଘାସ ବାଛି ଦା' କିମ୍ବା ଖୁରୁପି ସାହାଯ୍ୟରେ କୋଡ଼ା ଖୁସା କରାଯାଏ ।
  • ସବୁ ଦିନିଆ। ଫଳ କିମ୍ବା ଫୁଲ ଗଛ ମୂଳ ଚାରିପଟ୍ରେ ଧାରୁଆ ଦାଆ ଭଉଁ କରି ତଳ ଉପର କରି ପ୍ରତି ୩ ମାସରେ ଥରେ ଚେର ଛେଦନ କରାଯାଏ ।
  • ଛାତ ଉପର ବଗିଚାରେ ଜଳସେଚନ ନିୟମିତ କରାଯାଏ ।
  • ବିଶେଷ କରି ଖରାଦିନମାନଙ୍କରେ ଏ ବାବଦରେ ବିଶେଷ ଧ୍ୟାନ ଦେଇ ଦୁଇଥର ଜଳସେଚନ କରାଯାଏ ।
  • ପାରିଲେ ଫୁଆରା ବା ସିଞ୍ଚନ ଜଳସେଚନ ର ବ୍ୟବସ୍ଥା କରାଯାଏ ।

ଗଛ ଲଗାଇବା ପାଇଁ ପାତ୍ର ପରିବର୍ତ୍ତନ କରନ୍ତୁ:

ଜରି ମୁଣି ହେଉ ବା କାଠ ପେଟି ହେଉ, ଏସବୁ ଏକ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଏ । ନଷ୍ଟ ହୋଇଗଲେ ସେ ସବୁକୁ ଭିଡ଼ି ବାହାର କରି ମାଟି ସହ ଚେର ଛେଦନ କରି ଓ ଭଲ ଖତମାଟି ଦେଇ ନୂଆ ପାତ୍ରରେ ପୁନଃ ରୋପଣ କରିବା ଦରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now