• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ, ମିଳନ, ଆବର୍ସନ ପରେ ପ୍ରତାରଣା । ଦିନକୁ ଦିନ ମହିଳାଙ୍କ ପ୍ରତି ବଢ଼ିଚାଲିଛି ନିର୍ଯାତନା । ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଓ ଗର୍ଭ ନଷ୍ଟ କଲା ପରେ ଏବେ ବିବାହ କରିବା ପାଇଁ ମନା କରୁଛି ପ୍ରେମିକ ।

ପ୍ରେମିକ ଜଣେ ସରକାରୀ ଡାକ୍ତର । ଅଭିଯୋଗକାରିଣୀ ବି ଏକ ପ୍ରତିଷ୍ଠିତ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନର କର୍ମଚାରୀ । ଡାକ୍ତର ଜଣକ ଏବେ ନୂଆପଡ଼ା ଡାକ୍ତରଖାନାରେ କାର୍ଯ୍ୟରତ । ବୁର୍ଲା ଥାନାରେ ଏନେଇ ଲିଖିତ ଅଭିଯୋଗ ପରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରିଣୀ ଯୁବତୀଙ୍କର ଆଜି କୋର୍ଟରେ୧୬୪ରେ ବୟାନ ରେକର୍ଡ କରାଯାଇଛି । ଧାରା ୪୯୩, ୪୧୭,୫୦୬, ଓ ୩୧୫ ଅନୁସାରେ ମାମଲା ରୁଜୁ କରାଯାଇଛି ।

ଏ ନେଇ ଅଭିଯୋଗକାରିଣୀଙ୍କ ଓକିଲ କହିଛନ୍ତି ଏହି ଘଟଣାକୁ ନେଇ ପ୍ରଥମେ ସେ ଅପର ପକ୍ଷଙ୍କୁ ଓକିଲ ନୋଟିସ ଜାରି କରିଥିଲେ । ତେବେ ଅଭିଯୋଗକୁ ଖଣ୍ଡନ କରିଥିଲେ ଅପର ପକ୍ଷ । ଶେଷରେ ସମାଧାନର କୌଣସି ବାଟ ନବାହାରିବାରୁ ଶେଷରେ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଡି.ଜି. ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି ।

ଓକିଲ ଙ୍କ କହିବା ଅନୁସାରେ ଅଭିଯୋଗକାରିଣୀ ଯୁବତୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଚାକିରୀ କରୁଥିବା ସମୟରେ ବୁର୍ଲାରେ ଡାକ୍ତରୀ ପଢୁଥିବା ସଂପୃକ୍ତ ଡାକ୍ତରଙ୍କ ସହ ସାକ୍ଷାତ ହୋଇଥିଲା । ଚିହ୍ନା ପରିଚୟ ହୋଇଥିଲା ପରେ ପ୍ରେମ ଆଉ ବିବାହର ପ୍ରତିଶୃତି ଦେଇ ସହମତିରେ ବାରମ୍ବାର ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ଅଭିଯୁକ୍ତ । ଗର୍ଭବତୀ ହେବା ପରେ ସଂପୃକ୍ତ ଡାକ୍ତର ଜଣକ ତାଙ୍କୁ ନୂଆପଡ଼ାକୁ ନେଇ ସେଠାରେ ଗର୍ଭପାତ କରାଇଥିଲେ । କିନ୍ତୁ ତାପରେ ଏବେ ଆଉ କୌଣସି ଯୋଗାଯୋଗ ନରଖିବାରୁ ବିବାଦର ସୂତ୍ରପାତ ହୋଇଥିଲା ।