Advertisment

୧୫ ବର୍ଷ ପରେ ମାଆକୁ ଖୋଜୁଛି ଝିଅ

ସେ ଜଣେ ମହାନ ମାଆ, ମୁଁ ଏବେ ତାକୁ ଭେଟିବାକୁ ପାଗଳ।

ଅଦ୍ୟତନ ହୋଇଛି
Love for Mother Drags Girl Adopted By Australian Couple To Odisha

Love for mother drags girl adopted by Australian couple to Odisha

Advertisment

୧୫ ବର୍ଷ ପରେ ମାଆକୁ ଖୋଜୁଛି ଝିଅ। ଅନୁରୋଧ କରୁଛି କିଏ ତା ମାଆ ସହ ତାର ମିଳନ କରାଇଦିଅ। ଏଥିପାଇଁ ଅଷ୍ଟ୍ରେଲିଆରୁ ପୁରୀ ଚାଇଲ୍ଡ ଲାଇନକୁ ଚିଠି ଲେଖିଛି ୧୮ ବର୍ଷିୟା ମମତା। କିଏ ଏହି ମମତା, ଓଡ଼ିଶା ସହ ତାର ସମ୍ପର୍କ କଣ, ଅଷ୍ଟ୍ରେଲିଆରେ ଥାଇ ପୁରୀ ରେ ମାଆକୁ ଖୋଜିବାକୁ କାହିଁକି ଲେଖିଛି ଚିିଠି?

Advertisment

ମମତା କେଉଁଠି ଜନ୍ମ ହୋଇଛି.. କେବେ ହୋଇଛି.. କାହା ପାଖରେ କିଛି ବି ଖବର ନାହିଁ। କେବଳ ଏତିକି ଜଣା ୧୫ ବର୍ଷ ତଳେ ସେ ବଡ଼ ଦାଣ୍ଡରୁ ମିଳିଥିଲା। ଏବେ ମମତା ଅଷ୍ଟ୍ରେଲିଆରେ ରହୁଛି ଗ୍ରାଜୁଏସନ୍ ପଢିଲାଣି। ଏଇ ୧୭ ପୂରି ୧୮ବର୍ଷରେ ପାଦ ଦେଇଛି ମମତା। ଆଉ ଜନ୍ମଦିନରେ ମମତାକୁ ଅସହ୍ୟ କରିଛିି ତାକୁ ପେଟ କାଟି ଜନ୍ମଦେଇଥିବା ମାଆର ମମତା। ମାଆକୁ ଖୋଜିବାକୁ ପୁରୀ ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକଙ୍କୁ ମମତା ଲେଖିଛି ଏକ ଆବେଗଭରା ଚିଠି।

ମମତା ଲେଖିଛି,ମୁଁ ମୋ ମାଆ ବିଷୟରେ ସବୁ ଜାଣିଛି। ୧୫ ବର୍ଷ ତଳେ ଜଣେ ଅକ୍ଷମ ମାଆ ତା ଛୁଆର ଉଜ୍ଜଳ ଭବିଷ୍ୟତ ପାଇଁ ଚିନ୍ତା କରିଥିଲା। ସେ ଜଣେ ମହାନ ମାଆ ମୁଁ ଏବେ ତାକୁ ଭେଟିବାକୁ ପାଗଳ। ମୋତେ ଜନ୍ମ ଦେଇଥିବା ମାଆ କେଉଁଠି ଥିବ, କେଉଁ ଅବସ୍ଥାରେ ଦିନ କାଟୁଥିବ, ତାହା ଭାବିଲେ ମୋ ଛାତି ଫାଟିଯାଉଛି ପ୍ଲିଜ୍ ମୋ ମାଆକୁ ଖୋଜି ଆଣିଦିଅ।

Advertisment

୧୫ ବର୍ଷ ପରେ ମାଆକୁ ଖୋଜୁଛି ଝିଅ। ମମତା ପାଖରୁ ଚିଠି ପାଇ ମାଆ ବାସନ୍ତୀଙ୍କୁ ଖୋଜିବାରେ ଲାଗି ପଡିଛି ପୁରୀ ଚାଇଲ୍ଡ ଲାଇନ୍। ତିନି ତିନିଟି ଟିମ୍ କରି ପୁରୀ ଏବଂ ଖୋର୍ଦ୍ଧାା ରେ ଘୁରି ବୁଲୁଛି। ବସ୍ତି, ଆଶ୍ରମ, ଥଇଥାନ କେନ୍ଦ୍ର ଖୋଜା ଚାଲିଛି ହେଲେ। ୧୫ ବର୍ଷ ପରେ ବାସନ୍ତୀଙ୍କ ପତ୍ତା ମିଳିବା ଏତେ ସହଜ ନୁହେଁ। 

୧୪ ଜାନୁଆରୀ ୨୦୦୭ ପୁରୀ ବଡ଼ଦାଣ୍ଡରେ ବୁଲୁଥିବା ବେଳେ ୩ ବର୍ଷର ମମତାକୁ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ୍। କେହି ଦାବିଦାର ନଥିବାରୁ ତାକୁ କଟକ ବସୁନ୍ଧରା ଶିଶୁ ଯତ୍ନ କେନ୍ଦ୍ରରେ ଛଡାଯାଇଥିଲା। ସେଠାରେ ଦେଢ ବର୍ଷ ରହିଥିଲା ମମତା। ପରେ ତାକୁ କୋଳେଇ ନେଇଥିଲେ ଅଷ୍ଟ୍ରେଲିୟ ଦମ୍ପତି ଡେବ୍ରା ଏବଂ ଜେରାଡ୍। ସେବେଠୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ପୌଷ୍ୟ ପିତାମାତାଙ୍କ ସହ ରହୁଛି ମମତା। ଭଲ ପରିବେଶ ଏବଂ ବଡ ପରିବାର ଭିତରେ ବେଶ୍ ଆରାମରେ ଦିନ କଟୁଛି। କିଛି ବି ଅସୁବିଧା ନାହିଁ ହେଲେ ଏବେ ମମତାକୁ ମନେ ପଡୁଛି ତା ମାଆ ବାସନ୍ତୀ କଥା। ପୁରୀରୁ ଅଷ୍ଟ୍ରେଲିଆ ମମତାର ଏହି ଯାତ୍ରା ଫିଲ୍ମର କାହାଣୀ ଭଳି ଏବେ ଅପେକ୍ଷା କେବେ ମିଳନ ହେବ ମାଆ ଆଉ ମମତାର।

Advertisment

(ଭୁବନେଶ୍ୱରରୁ ଚନ୍ଦନ ପାଇକରାୟଙ୍କ ସହ ପୁରୀରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ