• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୁଇ ଦିନ ହେଲା ଉପାସରେ ପ୍ରଭୁ ଗୋପାଳଜୀଉ । ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ। ଏଥିସହିତ ସିଂହଦ୍ୱାରକୁ ମଧ୍ୟ ବନ୍ଦ ରଖିଛନ୍ତି । ମନ୍ଦିରର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ଜମିରେ ଥିବା ନିର୍ମାଣ ଭଙ୍ଗାକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ ।

ସୂଚନା ଅନୁସାରେ ବିଶ୍ୱ ବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ମନ୍ଦିରର ସେବାୟତଙ୍କ ଶ୍ମଶାନ ଜମିର ନିର୍ମାଣ ଭଙ୍ଗା ଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ସେବାୟତ । ଅନ୍ୟପଟେ ମନ୍ଦିରର ଦେବନୀତି ବନ୍ଦ ହେବା ଦ୍ୱାରା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଘଟଣା ସ୍ଥଳରେ ସତ୍ୟବାଦୀ ତହସିଲଦାର ଓ ମନ୍ଦିର ଏକଜିକ୍ୟୁଟିଭ ଅଫିସର ପହଞ୍ଚି ସେବାୟତଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ହୋଇନଥିଲା । ବହୁ ସଂଖ୍ୟାରେ ଭକ୍ତ ପ୍ରଭୁ ଗୋପାଳଜୀଙ୍କ ଦର୍ଶନ ପାଇଁ ଆସିଥିଲେ ହେଁ ମନ୍ଦିର ବନ୍ଦ ଥିବାରୁ ଦର୍ଶନ ନ କରି ଫେରିଯାଉଛନ୍ତି ।